Masthead

ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିରକୁ ପୁଣି ଚଷମାରେ ହିଡେନ୍‌ କ୍ୟାମେରା ନେଇ ଜଣେ ଶ୍ରଦ୍ଧାଳୁ ପ୍ରବେଶ କରିଛନ୍ତି। ସଂପୃକ୍ତ ଶ୍ରଦ୍ଧାଳୁଙ୍କୁ ଜଗମୋହନ ମନ୍ଦିର ପାଖରେ ଧରିଛନ୍ତି ଜେଟିପି। ଶ୍ରଦ୍ଧାଳୁ ଜଣଙ୍କ ଅହମ୍ମଦାବାଦର ଭରତ ପାଣ୍ଡିଆ ବୋଲି ସୂଚନାରୁ ଜଣାପଡ଼ିଛି। ଶ୍ରଦ୍ଧାଳୁ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ତାଙ୍କ ନାମ ଭରତ ପାଣ୍ଡିଆ , ସେ ପ୍ରୋଟକଲରେ ମନ୍ଦିର ଭିତରେ ପ୍ରବେଶ କରିଥିବା ସୂଚନା ମିଳିଛି । ଅବକାଶ ନୀତି ପରେ ଜଗମୋହନରେ ଦର୍ଶନ ଚାଲିଥିବା ସମୟରେ ଭକ୍ତ ଭରତ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧିଥିବା ଜଣାପଡିଥିଲା ।

ତାଙ୍କୁ ଜେଟିପି ଅଟକ ରଖି ଗାରଦରେ ପଚରାଉଚରା କରିଥିଲା ପରେ କାର୍ୟ୍ୟାଳୟରେ ତାଙ୍କ ଠାରୁ ବିସ୍ତୃତ ତଥ୍ୟ ନିଆଯାଇଥିଲା । ଏହା ପରେ ତାଙ୍କୁ ସିଂହଦ୍ବାର ଥାନାକୁ ପଠାଯାଇଥିବା ସୂଚନା ମିଳିଛି। ପୂର୍ବରୁ ବାରମ୍ବାର ହିଡେନ୍‌ କ୍ୟାମେରା ଯୁକ୍ତ ଚଷମା ଜବତ କରାଯାଇଥିଲା । କିନ୍ତୁ କଡାକଡି ଆଇନ ନଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ । ବାରମ୍ବାର ଏହିଭଳି ଘଟଣା ଦେଖିବାକୁ ମିଳୁଛି ପୁରୀ ଶ୍ରୀମନ୍ଦିରରେ । ତେବେ ପ୍ରଶ୍ନ ଉଠୁଛି ଏତେ ଜଣ ହିଡେନ୍‌ କ୍ୟାମେରା ସହ ଧରା ପଡ଼ିବା ପରେ ମଧ୍ୟ କାହିଁକି କଡାକଡି ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା