Masthead

‘ଓଡ଼ିଶାରେ ଡବଲ ଇଞ୍ଜିନ ସରକାର’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିନିକିଆ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ନବରଙ୍ଗପୁର, ବ୍ରହ୍ମପୁର ପରେ ବାରିପଦାରେ କାର୍ଯ୍ୟକ୍ରମ । ନବରଙ୍ଗପୁର ସଭାରେ କଂଗ୍ରେସ ଉପରେ ବର୍ଷିଛନ୍ତି ରାଜନୀତି । ଏହାସହ ଓଡ଼ିଶାରେ ଡବଲ ଇଞ୍ଜିନ ଦରକାର କହିବାକୁ ପଛେଇନାହାନ୍ତି ।

କହିଛନ୍ତି ଯେ ସାରା ଦେଶରେ ଡବଲ ଇଇଞ୍ଜିନ ସରକାରର ଅବଶ୍ୟକତା ଅଛି । ପ୍ରତ୍ୟେକ ଲୋକଙ୍କ ପାଖରେ କନେ୍ଦ୍ରର ବିକାଶ ପହଂଚିବା ଦରକାର । ନବରଙ୍ଗପୁର ସଭାରେ ୩୭୦ ଧାରା ଉଚ୍ଛେଦ, ତିନ୍ ତଲାକ୍, ପୁଲୱାମା ଘଟଣା କଥାକୁ ମନେପକାଇଛନ୍ତି । ଲମ୍ବା ସମୟ ପର୍ଯ୍ୟନ୍ତ କଂଗ୍ରେସ ସରକାରରେ ରହିବା ପରେ ମଧ୍ୟ ଦେଶବାସୀଙ୍କୁ ଧୋକା ଦେଇଥିବା କହିଛନ୍ତି ରାଜନାଥ । ଓଡ଼ିଶା ସହ ମୋଦି ସରକାର ଭେଦଭାବ କରିନାହିଁ । ଏଠାରେ ମେଡିକାଲ ଓ ଇଞ୍ଜିନିୟରିଂ କଲେଜ ବଢିଛି । ଜନତାଙ୍କ ସେବା ପ୍ରଧାନମନ୍ତ୍ରୀଙ୍କ ଏକମାତ୍ର ଉଦେ୍ଦଶ୍ୟ କହିଛନ୍ତି ରାଜନାଥ ।

ନବରଙ୍ଗପୁର ପରେ ବ୍ରହ୍ମପୁରରେ ମଧ୍ୟ ରାଜନାଥ ଉଠାଇଛନ୍ତି ଡବଲ ଇଞ୍ଜିନ ସରକାର । ବ୍ରହ୍ମପୁର ଆମ୍ବପୁଆରେ ହୋଇଥବବା ସଂକଳ୍ପ ସମାବେଶରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ରାଜନାଥ । କହିଛନ୍ତି ଯେ ୨୦୧୪ ଓ ୨୦୧୯ ଠାରୁ କର୍ମୀଙ୍କ ମନରେ ଉତ୍ସାହ ବଢିଛି । ଏଥର ଆମ ସରକାର ବିକାଶକୁ ପ୍ରାଥେୟ କରି ୪ଶହରୁ ଅଧିକ ସିଟ୍ ପାଇବ । ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ଷ୍ୟକୁ ପୂରଣ କରିବାକୁ ଆହ୍ୱାନ ଦେଇଛନ୍ତି ରାଜନାଥ । ଜି-୨୦ରେ କୋଣାର୍କ ଚକ୍ରକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଲେ । ଆମ ସରକାର ଡରିକି ନୁହେଁ ହିମ୍ମତ ସହ କାମ କରେ କହିଛନ୍ତି ରାଜନାଥ ସିଂ । ମୋର ବିଶ୍ୱାସ ଏଠାରେ ଡବଲ ଇଞ୍ଜିନ ସରକାର ନିଶ୍ଚୟ ହେବ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ନବରଙ୍ଗପୁର, ବ୍ରହ୍ମପୁର ପରେ ବାରିପଦାରେ ପହଂଚି ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି ରାଜନାଥ । ଏହି ତିନି ସଭାରେ ହଜାର ହଜାର ସଂଖାରେ ଦଳୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ । ରାଜ୍ୟ ବିଜେପି ସଭାପତି ସମେତ ବିଧାୟକ, ସାଂସଦ ଉପସ୍ଥିତ ରହି କର୍ମୀଙ୍କ ବଢାଇଥିଲେ ମନୋବଳ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼