Masthead

ଆହୁରି ବଢ଼ିବ ଥଣ୍ଡା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା। ଖସିବ ରାତି ପାରଦ। ଶୁକ୍ରବାର  ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ୧୨ ଡିଗ୍ରୀ  ଥିଲା । ଶନିବାର ଏହା ୧୧ ଡିଗ୍ରୀକୁ ଖସିଛି ।  ଝାରସୁଗୁଡ଼ାରେ ୧୫.୮ରୁ ୧୧.୭ ଡିଗ୍ରୀକୁ  ଖସିଛି । ରାଉରକେଲାରେ ୧୬.୧ରୁ  ୧୩.୨ ଓ ଭଦ୍ରକରେ ୧୫.୫ରୁ ୧୪  ଡିଗ୍ରୀକୁ ଖସିଛି । ସୋମବାର ଉତ୍ତର ଓ ଉପକୂଳ ଓଡ଼ିଶାର  କିଛି ସ୍ଥାନରେ ରାତି ତାପମାତ୍ରା ଆହୁରି  ୨ରୁ ୩ ଡିଗ୍ରୀକୁ ଖସିପାରେ । ଆଞ୍ଚଳିକ  ପାଣିପାଗ କେନ୍ଦ୍ର ଏହି ପୂର୍ବାନୁମାନ କରିଛି ।

ରାଜ୍ୟର ୯ଟି ସହରରେ ପାରଦ ୧୫  ଡିଗ୍ରୀ ତଳକୁ ଖସିଛି । ଦାରିଙ୍ଗିବାଡ଼ିରେ ରାତି  ତାପମାତ୍ରା ସର୍ବନିମ୍ନ ୧୧ ଡିଗ୍ରୀ ରେକର୍ଡ ହୋଇଛି । ଝାରସୁଗୁଡ଼ାରେ ଫୁଲବାଣୀରେ  ୧୨, ରାଉରକେଲାରେ ୧୩.୨, ଭଦ୍ରକରେ  ୧୪, ଅନୁଗୁଳ ଓ କୋରାପୁଟରେ ୧୪.୬,  ଭବାନୀପାଟଣାରେ ୧୫, ବଲାଙ୍ଗୀରରେ  ୧୫.୭ ଡିଗ୍ରୀ ରେକର୍ଡ ହୋଇଛି ।

ଖାଲି ଏହି ୯ଟି ସହର ନୁହେଁ,  ଆହୁରି ଅନେକ ସହରର ତାପମାତ୍ରା  ଖସିଛି । ରାଜଧାନୀ ଭୁବନେଶ୍ୱରର  ରାତି ତାପମାତ୍ରା ୧୭.୪ ଡିଗ୍ରୀ ରହିଥିଲା । ଏହା ସହର ପାଇଁ ଚଳିତବର୍ଷର ସବୁଠୁ  କମ୍‌ ତାପମାତ୍ରା । ଭବାନୀପାଟଣାରେ ୧୫,  ବଲାଙ୍ଗୀରରେ ୧୫.୭, ସୋନପୁରରେ  ୧୬.୫, ଟିଟିଲାଗଡ଼ ଓ ସମ୍ବଲପୁରରେ  ୧୭, ହୀରାକୁଦରେ ୧୭.୨ ନବରଙ୍ଗପୁରରେ ୧୮.୫ ଡିଗ୍ରୀ ରେକର୍ଡ ହୋଇଛି । ଆଗକୁ  ରାତି ତାପମାତ୍ରା ଆହୁରି ଖସିବ । ଏବେ ଦକ୍ଷିଣ ଓ  ଉପକୂଳ ଓଡ଼ିଶାର କିଛି ସ୍ଥାନରେ ପାରଦ ୧୫ ଡିଗ୍ରୀରୁ  ତଳକୁ ଖସିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ