ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାକୁ ନେଇ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ୪ ହଜାର କୋଟିର ନୂଆ ଯୋଜନାର ଉଦେ୍ଦଶ୍ୟ ବିଜେଡି କର୍ମୀଙ୍କୁ ପୋଷିବା ପାଇଁ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ । ସେ କହିଛନ୍ତି ଲୋକଙ୍କ ଅର୍ଥରେ ବିଜେଡିକୁ ଜିତେଇବା ପାଇଁ ତରବରିଆ ଭାବରେ ଘୋଷଣା କରିଛନ୍ତି । ୪ ହଜାର କୋଟି ଟଙ୍କାରେ ୧ ହଜାର ଶୀତଳ ଭଣ୍ଡାର ଘୋଷଣା ହୋଇ ପାରିଥାନ୍ତା । କାହିଁକି କଲେନି ବୋଲି ପ୍ରଶ୍ନ କରିଛନ୍ତି ବିଜୟ ।
ସେ ଆହୁରି ମଧ୍ୟ କହିଛନ୍ତି ଏହା ବିଜେଡିର ନିର୍ବାଚନୀ ଇସ୍ତାହାର ଥିଲା । ଓଡ଼ିଶାରେ ବର୍ଷକରେ ସ୍କୁଲର ମାନ ଖସିଲା । ଏକ ବର୍ଷ ରେ ୫୦ ହଜାର ସ୍କୁଲ ଭିତରୁ ୪୧ ହଜାର କ୍ଲାସରେ ଅଲଗା କ୍ଲାସ ରୁମ ନାହିଁ ।ଏହି ଟଙ୍କା ରେ ଗୋଟିଏ ଦୁଇଟି କ୍ଲାସ ରୁମ ହୋଇପାରିଥାନ୍ତା ।ଶିକ୍ଷାର ଇଣ୍ଡେକ୍ସ ଖସିବା କାରଣ ଶ୍ରେଣୀ ଗୃହ ଓ ଶିକ୍ଷକ ଅଭାବ ।୫୩ ହଜାର ଶିକ୍ଷକ ପଦବୀ ଖାଲିଲୁଟ କରିବା ପାଇଁ ଏହି ଯୋଜନା ଘୋଷଣା କରାଯାଉଛି ।
ଅନେକ ସମସ୍ୟା ଥିଲେ ବି ସମସ୍ୟାର ଉତ୍ତର ବିଜେଡି ପାଖରେ ନାହିଁ । ଲୋକଙ୍କୁ ଭୂତେଇବା ପାଇଁ ଏହି ଯୋଜନା ଘୋଷଣା କରାଯାଇଛି ।ବିଜେଡି କର୍ମୀଙ୍କୁ କିମ୍ବା ବିଜେଡି ଦ୍ୱାରା ମନୋନୀତ ଠିକାଦାରଙ୍କୁ ଏହି ଅର୍ଥ ଦିଆଯିବ ।ଏ କାମ ସବୁ ଓଡ଼ିଶା ବାହାର ଠିକାଦାରଙ୍କୁ ଯାଉ ବୋଲି ଯୋଜନା ହେଉଛି ।