Masthead

ୟୁରୋପୀୟ ରାଷ୍ଟ୍ରସଂଘକୁ ଭାରତର ଧମକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ୟୁରୋପୀୟ ରାଷ୍ଟ୍ରସଂଘକୁ ଭାରତର ଧମକ । ବିଦେଶରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଗ୍ରହଣ କରାନଗଲେ ଭାରତ ଆସୁଥିବା ନାଗରିକମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ । ଏଭଳି ଧମକ ଦେଇଛି ଭାରତ । ଭାରତରେ ତିଆରି ଟିକାକୁ ଗ୍ରହଣ କରିବା ଲାଗି ୟୁରୋପୀୟ ରାଷ୍ଟ୍ରସଂଘ ଅନିଚ୍ଛୁକ ଥିବା ବେଳେ, ଯେସାକୁ ତେସା ନୀତି ଆପଣାଇଛି ଭାରତ। ଭାକ୍ସିନେସନ ପାସପୋର୍ଟ କ୍ଷେତ୍ରରେ ଭାରତୀୟ ଟିକାକୁ ବ୍ୟବହାର କରିବା ଲାଗି ୟୁରୋପୀୟ ରାଷ୍ଟ୍ରସଂଘ ଚାହୁଁନାହାନ୍ତି। ଯାହାକୁ ନେଇ କ୍ଷୁବ୍ଧ ହୋଇଛି ଭାରତ ।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଯଦି ୟୁରୋପୀୟ ରାଷ୍ଟ୍ରସଂଘ କୋଭାକ୍ସିନ ଓ କୋଭିସିଲ୍ଡ ଗ୍ରହଣ କରିବେ ନାହିଁ ତେବେ ସେଠାରୁ ଭାରତ ଆସୁଥିବା ନାଗରିକଙ୍କ ଲାଗି କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ହେବ। ଡିଜିଟାଲ କୋଭିଡ ସାର୍ଟିଫିକେଟରେ କୋଭିସିଲ୍ଡ ଓ କୋଭାକ୍ସିନ ନେଇ ନିଶ୍ଚିତ ସୂଚନା ରହିବା ଜରୁରୀ ବୋଲି ୟୁରୋପୀୟ ରାଷ୍ଟ୍ରସଂଘକୁ କହିଛି ଭାରତ ।

ତେବେ ୟୁରୋପିଆନ ମେଡିସିନସ ଏଜେନ୍ସ ଦ୍ୱାରା ମଞ୍ଜୁରୀପ୍ରାପ୍ତ ଟିକାକୁ ହିଁ ୟୁରୋପୀୟ ରାଷ୍ଟ୍ରସଂଘ ଗ୍ରହଣ କରୁଛି। ସେଗୁଡିକ ହେଲା ଫାଇଜର, ମଡର୍ଣ୍ଣା, ଆଷ୍ଟ୍ରାଜେନକା ଓ ଜନସନ। ମାତ୍ର ଆଷ୍ଟ୍ରାଜେନକାର ଭାରତୀୟ ଭର୍ସନ କୋଭିସିଲ୍ଡକୁ ୟୁରୋପୀୟ ରାଷ୍ଟ୍ରସଂଘ ପକ୍ଷରୁ ଅନୁମତି ଦିଆଯାଇନାହିଁ । ସେପଟେ ଭାରତ ସ୍ଥିତ ୟୁରୋପୀୟ ରାଷ୍ଟ୍ରସଂଘ ରାଷ୍ଟ୍ରଦୂତ ୟୁଗୋ ଅଷ୍ଟୁଟୋ କହିଛନ୍ତି, ଏନେଇ ପଦକ୍ଷେପ ନିଆଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ