ଦୁବାଇକୁ ରତ୍ପାନି ହେବ ସ୍ୱାଦିଷ୍ଟ ଫଳ ଡ୍ରାଗନ

(ବଡ଼ ଖବର ବ୍ୟୁରୋ): ଦୁବାଇକୁ ରତ୍ପାନି ହେବ ଅତି ସ୍ୱାଦିଷ୍ଟ ଫଳ ଡ୍ରାଗନ । କମଲାମ୍ ନାମରେ ପରିଚିତ ଏହି ଫଳ ଦୁବାଇ ଲୋକଙ୍କ ଅତି ପ୍ରିୟ ହୋଇଥିବାରୁ ସେଠାକୁ ପଠାଯିବ ବୋଲି ମହାରାଷ୍ଟ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ କହିଛନ୍ତି । ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲା ସତାସର ଗାଁର ଲୋକମାନେ ବହୁ ପରିମାଣରେ ଡ୍ରାଗନ୍ ଫଳ ଚାଷ କରନ୍ତି । ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ରତ୍ପାନକାରୀ ସଂସ୍ଥା କେବି ଏହି ସ୍ୱାଦିଷ୍ଟ ଫଳକୁ ଭଲ ଭାବେ ପ୍ରୋସେସିଂ କରିବା ସହ ପ୍ୟାକ୍ କରୁଛି ।

ସାଧାରଣତଃ ଡ୍ରାଗନ ଫଳ ମ୍ୟାଲେସିଆ, ଥାଇଲାଣ୍ଡ, ଫିଲିଫାଇନ୍ସ, ଆମେରିକାରେ ବହୁଳ ଚାଷ କରାଯାଏ । ୧୯୯୦ରେ ଭାରତରେ ଡ୍ରାଗନ ଚାଷ ଆରମ୍ଭ ହୋଇଥିଲା । ମାତ୍ର ଏହାକୁ ଲୋକମାନେ ବାଡ଼ି ବଗିଚାରେ ଚାଷ କରୁଥିଲେ । ଏହି ସ୍ୱାଦିଷ୍ଟ ଫଳର ଚାହିଦା ବଢିବାରୁ ମୁଖ୍ୟତଃ କର୍ଣ୍ଣାଟକ, କେରଳ, ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ, ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଆଣ୍ଡାମାନ ଓ ନିକୋବରରେ ଚାଷ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’