Masthead

ରାଜ୍ୟରେ ବିଜେଡି-ବିଜେପି ସର୍ମଥନ ନେଇ ବର୍ଷିଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ

 

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା  ପ୍ରାର୍ଥୀ ପାଇଁ ବିଜେଡିର ସର୍ମଥନକୁ ନେଇ ବର୍ଷିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଏକ ସାମ୍ବାଦିକ ସମ୍ମୀଳନିରେ ବିଜୟ କହିଛନ୍ତି ବିଜେଡି ସର୍ମଥନ କରିବ ବୋଲି ମୋ ପାଇଁ ଆଶ୍ଚର୍ଯ୍ୟର ବିଷୟ ନୁହଁ । ପ୍ରକୃତରେ ବିଜେଡି ବିଜେପି ଏକା । ପୂର୍ବରୁ ମଧ୍ୟ ଅଶ୍ୱିନୀ ବୈଷ୍ଣବ ବିଜେଡି ସର୍ମଥନରେ ପାର୍ଲାମେଣ୍ଟକୁ ଯାଇଥିଲେ । ମଣିପୁର ଦଙ୍ଗା ବେଳେ ବିଜେଡି ବିଜେପି ସର୍ମଥନ କରିଥିଲା । ବିଜେପି ଦଳ ମଧ୍ୟ ବିଜେଡି ନେତାଙ୍କ ବିରୁଦ୍ଧରେ ତଥ୍ୟ ରଖି ସିବିଆଇ ଦ୍ୱାରା ଗିରଫ ନକରି ଚୁପ ରହିଛି । ଚିଟ୍‌ଫଣ୍ଡ ଘଟଣାରେ ବି ସିବିଆଇ କାହାକୁ ଗିରଫ କରି ନାହିଁ । ଅନ୍ୟ ରାଜ୍ୟରେ କିନ୍ତୁ ସିବିଆଇ ବହୁ ମାତ୍ରାରେ ସକ୍ରୀୟ ରହି ମୂଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଗିରଫ କରୁଛନ୍ତି । ବିଜେଡି ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟର ଯେଉଁ ସ୍ୱାର୍ଥ କଥା କହିଛି ତାହା କେନ୍ଦ୍ରରେ ଯିଏ ଥାଉନା କାହିଁକି ମନ୍ତ୍ରୀ ହୋଇ ଆମ ରାଜ୍ୟର ପ୍ରାପ୍ୟ ସେ ଦେବାକୁ ବାଧ୍ୟ । ସାରା ଭାରତ ବର୍ଷରେ ସେମାନେ ସେମିତି କରିବାକୁ ବାଧ୍ୟ । କେହି ଓଡ଼ିଶାକୁ ଦୟା ଦେଖାଉ ନାହାଁନ୍ତି ।

ଧମେନ୍ଦ୍ର ପ୍ରଧାନରୁ ଆରମ୍ଭ କରି ଅନେକ ମନ୍ତ୍ରୀ ଅଛନ୍ତି ସେମାନଙ୍କୁ ବିଜେଡି କେତେ ସର୍ମଥନ ଜଣାଇଛି । ଏପରିକି ୟୁପିଏ ସମୟରେ ମଧ୍ୟ ବିଜେଡି କାହିଁକି ସର୍ମଥନ ଜଣାଇନଥିଲା କଣ ସେମାନେ କୌଣସି ସର୍ମଥନ କରୁନଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ବିଜେଡି ସୁପ୍ରିମୋ ଆଜି ପୁଣି ପ୍ରମାଣିତ କରିଦେଲେ ବିଜେଡି-ବିଜେପି ଏକା ବୋଲି ଯାହା କଂଗ୍ରେସ ପାଇଁ ଖୁସିର ଖବର । ତେଣୁ ବିଜେଡିର ବିକଳ୍ପ କଂଗ୍ରେସ ନୁହେଁ ଲୋକଙ୍କ ପାଇଁ ଆଉ ରହିଲା ଗୋଟେ ଦଳ କଂଗ୍ରେସ । ତେଣୁ ୨୦୨୪ର ବର୍ଷ ଓଡ଼ିଶାରେ କଂଗ୍ରେସର ବର୍ଷ ହେବ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ବିଜୟ । କଂଗ୍ରେସ ହେଉଛି ମହାସମୁଦ୍ର । ସମୁଦ୍ରରୁ ୨ବାଲ୍ଟି ପାଣି ନେଇଗଲେ ଏ ସମୁଦ୍ର ସୁଖିଜିବ ନାହିଁ । ଯେଉଁ ମାନେ ଦଳଛାଡିକି ଯାଉଛନ୍ତି ସେମାନଙ୍କ କଂଗ୍ରେସର ନୀତି ଆର୍ଦଶ ଉପରେ ଆନ୍ତରିକତା ନଥିଲା ସେମାନେ କେବଳ ନିଜର କିଭଳି ଲାଭ ହେବ ସେଥିପାଇଁ ଦଳରେ ଥିଲେ । ସେଥିପାଇଁ ଅନ୍ୟଦଳରେ ଅଧିକ ଲାଭ ହେବା ସମ୍ଭାବନା ଥିବାରୁ ସେମାନେ ଦଳ ଛାଡିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ