Masthead

ହଟହଟା ପ୍ରଧାନ ଶିକ୍ଷୟତ୍ରୀ

ପୁରୁଷୋତ୍ତମପୁର (ବଡ଼ ଖବର ବ୍ୟୁରୋ): କାର୍ଯ୍ୟରେ ନିୟୋଜିତ ନହୋଇ ହଟହଟା ପ୍ରଧାନ ଶିକ୍ଷୟତ୍ରୀ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ଭାବେ ପି.ଶାନ୍ତିଲତା ପାତ୍ର ନିଯୁକ୍ତି ପାଇଛନ୍ତି । ବହୁଦିନ ଧରି ଜଣେ ଶିକ୍ଷକ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ ତୁଲାଇ ଆସୁଛନ୍ତି । ସରକାରୀ ନୀତିନିୟମ ଓ କାର୍ଯ୍ୟ କରି ଶିକ୍ଷାଦାନ କରିବାରେ ଅସୁବିଧା ଦେଖାଯାଉଥିଲା । ଯାହାର ପ୍ରତିକାର ପାଇଁ ପି.ଶାନ୍ତିଲତା ପାତ୍ରଙ୍କୁ ପ୍ରଧାନ ଶିକ୍ଷୟତ୍ରୀ ଭାବେ ସରକାରୀ ସ୍ତରରେ ନିଯୁକ୍ତି ମିଳିଥିଲା । ପ୍ରଧାନ ଶିକ୍ଷୟତ୍ରୀ ନିଜର ନିଯୁକ୍ତି ପ୍ରମାଣପତ୍ର ନେଇ ବିଦ୍ୟାଳୟରେ ପହଞ୍ଚି ଦାୟିତ୍ୱ ତୁଲାଇବା ନେଇ ନାନା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଦେଖିବାକୁ ମିଳିଛି । ପୂର୍ବରୁ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଓ ନିର୍ଦ୍ଦିଷ୍ଟ କିଛି ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେବାର ମୂଖ୍ୟ କାରଣ ପାଲଟିଛି ।

ନବନିଯୁକ୍ତ ପ୍ରଧାନ ଶିକ୍ଷୟତ୍ରୀ ଜଣେ ମହିଳା ଓ ଭିନ୍ନକ୍ଷମ ହୋଇଥିବାରୁ ବିଦ୍ୟାଳୟ ତୁଲାଇବା ପାଇଁ ଅସମର୍ଥ ବୋଲି ଅଭିଯୋଗ କରିଛନ୍ତି । ଅଞ୍ଚଳବାସୀ ଶିକ୍ଷୟତ୍ରୀଙ୍କୁ ବିରୋଧ କରୁଛନ୍ତି ବୋଲି ପରିଚାଳନା କମିଟି ସଦସ୍ୟ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି । ଏ ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବା ପରେ ବିଦ୍ୟାଳୟ ପରିଚାଳନା କମିଟି କିଛି ସଦସ୍ୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିଯୁକ୍ତି ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଥିବା ମତ ଦେଇଥିଲେ । ଜଣେ ମହିଳା ଓ ଭିନ୍ନକ୍ଷମ ପ୍ରଧାନ ଶିକ୍ଷୟିତ୍ରୀ ଏଭଳି ପରିସ୍ଥିତିରେ ଅଣନିଶ୍ୱାସୀ ଭାବେ ଦିନକାଟୁଛନ୍ତି । ସମସ୍ୟାର ସମାଧାନ କରା ନଗଲେ ନବନିଯୁକ୍ତ ପ୍ରଧାନ ଶିକ୍ଷୟିତ୍ରୀ ଆଇନର ଆଶ୍ରୟ ନେବେ ମତ ପ୍ରକାଶ କରିଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା