Masthead

ପଦାରେ ପଡ଼ିଲା ବିଜେଡି କନ୍ଦଳ

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ । ବିଜେଡି କାର୍ଯ୍ୟକାରିଣୀ ବୈଠକରେ ଅତନୁଙ୍କ ଉପରେ ବର୍ଷିଲେ ସଞ୍ଜୟ ଓ ଦେବାଶିଷ । ମଙ୍ଗଳବାର ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରିଲୋପାଟଣା ଗ୍ରାମରେ ଆୟୋଜିତ ବିଜେଡି କାର୍ଯ୍ୟକାରିଣୀ ବୈଠକରେ ଦେଖିବାକୁ ମିଳିଥିଲା ଏଭଳି ଚିତ୍ର । ପଂଚାୟତ ନିର୍ବାଚନ ଆଖି ଆଗରେ ରଖି କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ସୁପୁତ୍ର ସଞ୍ଜୟ ଅଗ୍ରୱାଲ ଓ ମାର୍ଶାଘାଇ ବ୍ଲକ ଉପାଧ୍ୟକ୍ଷା ମମତା ପ୍ରଧାନ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ପ୍ରମୋଦ ରଥଙ୍କ ସମେତ ବିଜେଡି ନେତାମାନେ ନିଜ ନିଜ ଅଭିଭାଷଣରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଉପରେ ବିଷ ଉଗାଳିଛନ୍ତି ।

ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ପାଟକୁରା ନିର୍ବାଚନ ମଣ୍ଡଳୀରେ ସବୁସମୟରେ ଦଳୀୟ ଗୋଷ୍ଠୀ କନ୍ଦଳ କରୁଥିବା ନେଇ ସିଧା ସଳଖ ଅଭିଯୋଗ କରିଥିଲେ ସଞ୍ଜୟ ଅଗ୍ରୱାଲ । ତେବେ ଅତନୁଙ୍କ ଏଭଳି ଆଚରଣ ଉପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସଭାରେ ଅତନୁଙ୍କ ଉପରେ ବିରକ୍ତ ପ୍ରକାଶ କରି କହିଥିଲେ ଦେବାଶିଷ ସାମନ୍ତରାୟ । ନିଜ ନିର୍ବାଚନ ମଣ୍ଡଳୀ ଛାଡି ପାଟକୁରାରେ ବେଶୀ ରାଜନୀତି ନକରିବା ପାଇଁ ଦେବାଶିଷ ପରାମର୍ଶ ଦେବା ଘଟଣା ଓ ସଞ୍ଜୟ ଅଗ୍ରୱାଲଙ୍କ ବିସ୍ପୋରକ ବୟାନ ପାଟକୁରା ଗୋଷ୍ଠୀ କନ୍ଦଳକୁ ନେଇ ପଂଚାୟତ ନିର୍ବାଚନର ଫଳାଫଳ କଣ ରହିବ ଏନଇ ସାଧାରଣ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା