Masthead

ପଦାରେ ପଡ଼ିଲା ବିଜେଡି କନ୍ଦଳ

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ । ବିଜେଡି କାର୍ଯ୍ୟକାରିଣୀ ବୈଠକରେ ଅତନୁଙ୍କ ଉପରେ ବର୍ଷିଲେ ସଞ୍ଜୟ ଓ ଦେବାଶିଷ । ମଙ୍ଗଳବାର ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରିଲୋପାଟଣା ଗ୍ରାମରେ ଆୟୋଜିତ ବିଜେଡି କାର୍ଯ୍ୟକାରିଣୀ ବୈଠକରେ ଦେଖିବାକୁ ମିଳିଥିଲା ଏଭଳି ଚିତ୍ର । ପଂଚାୟତ ନିର୍ବାଚନ ଆଖି ଆଗରେ ରଖି କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ସୁପୁତ୍ର ସଞ୍ଜୟ ଅଗ୍ରୱାଲ ଓ ମାର୍ଶାଘାଇ ବ୍ଲକ ଉପାଧ୍ୟକ୍ଷା ମମତା ପ୍ରଧାନ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ପ୍ରମୋଦ ରଥଙ୍କ ସମେତ ବିଜେଡି ନେତାମାନେ ନିଜ ନିଜ ଅଭିଭାଷଣରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଉପରେ ବିଷ ଉଗାଳିଛନ୍ତି ।

ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ପାଟକୁରା ନିର୍ବାଚନ ମଣ୍ଡଳୀରେ ସବୁସମୟରେ ଦଳୀୟ ଗୋଷ୍ଠୀ କନ୍ଦଳ କରୁଥିବା ନେଇ ସିଧା ସଳଖ ଅଭିଯୋଗ କରିଥିଲେ ସଞ୍ଜୟ ଅଗ୍ରୱାଲ । ତେବେ ଅତନୁଙ୍କ ଏଭଳି ଆଚରଣ ଉପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସଭାରେ ଅତନୁଙ୍କ ଉପରେ ବିରକ୍ତ ପ୍ରକାଶ କରି କହିଥିଲେ ଦେବାଶିଷ ସାମନ୍ତରାୟ । ନିଜ ନିର୍ବାଚନ ମଣ୍ଡଳୀ ଛାଡି ପାଟକୁରାରେ ବେଶୀ ରାଜନୀତି ନକରିବା ପାଇଁ ଦେବାଶିଷ ପରାମର୍ଶ ଦେବା ଘଟଣା ଓ ସଞ୍ଜୟ ଅଗ୍ରୱାଲଙ୍କ ବିସ୍ପୋରକ ବୟାନ ପାଟକୁରା ଗୋଷ୍ଠୀ କନ୍ଦଳକୁ ନେଇ ପଂଚାୟତ ନିର୍ବାଚନର ଫଳାଫଳ କଣ ରହିବ ଏନଇ ସାଧାରଣ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ