Masthead

ଟାଟା ପାୱାରର ଉପଦ୍ରବ, ଜିଲ୍ଲାପାଳଙ୍କ ଠାରେ ଗୁହାରୀ କଲେ ଚାଷୀ

ମାଲକାନଗିରି (ବଡ଼ ଖବର ବ୍ୟୁରୋ):  ମାଲକାନଗିରି ଜିଲ୍ଲା ଏମଭି ୪୧ ଗାଁ ର ଚାଷୀ ଦିପକ ଦେ । ବକେୟା ବିଜୁଳି ବିଲ ଦେଖେଇ ଘରୁ ତାଙ୍କର କନେକ୍ସନ କଟିଦେଲେ ଟାଟା ପାୱାର କର୍ମଚାରୀ । ଶହେ ବର୍ଷିୟ ବୁଢ଼ୀ ମା’ କୁ ଟ୍ରଲି ରିକ୍ସାରେ ବୋହି କୋଡିଏ କିଲୋମିଟର ଜିଲ୍ଲା ମୁଖ୍ୟାଳୟ ଆସି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଏ ନିଆରା ପ୍ରତିବାଦରୁ ଜଣା ପଡୁଛି କମ୍ପାନୀର ମନମାନୀ । ଏଭଳି ବିଦାରକ ଚିତ୍ର ଆସିଛି ମାଲକାନଗିରି ଜିଲ୍ଲାରୁ। ଗତ ସପ୍ତାହ ତଳେ ମାଲକାନଗିରି ଏମଭି ୪୧ ଗାଁର ଦିପକ ଦେଙ୍କ ବିଦ୍ୟୁତ କାଟି ଦେଇ ଥିଲେ ଟାଟା କକମ୍ପାନୀର କର୍ମଚାରୀ।

ଘରେ ସଜ୍ୟାସାୟୀ ମାଆ ଥାଇ ମଧ୍ୟ ବିଦ୍ୟୁତ ବିଭାଗ ଲାଇନ କାଟିଥିବାରୁ ତାଙ୍କର ଜୀବନ ପ୍ରତି ବିପଦ ଦର୍ଶାଇ ଆଜି ଚାଷୀ ଜଣକ ନିଜ ମାଆଙ୍କୁ ଏକ ପଟ୍ଟା ରିକ୍ସା ଯୋଗେ ନେଇ ଜିଲ୍ଲାପାଳଙ୍କୁ ଭେଟି ଗୁହାରି ଜଣାଇବାକୁ ବାହାରିଛନ୍ତି । ଏମ୍.ଭି ୪୧ ଗ୍ରାମରୁ ଶଯ୍ୟାଶାୟୀ ମାଆଙ୍କୁ ନେଇ ଯାଉଥିବା ବେଳେ ରାସ୍ତା ରେ ଯାଉଥିବା ବ୍ୟକ୍ତି ବୁଝାସୁଝା କରୁଥିବା ଦେଖିବାକୁ ମିଳିଥିଲା । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ  ଓଡ଼ିଶାର ସାଧାରଣ ଲୋକ ଅଧିକ ଦାମ ଦେବା ସହିତ ପ୍ରାଇଭେଟ କମ୍ପାନୀଙ୍କ ଉପଦ୍ରବ ରେ ଅତିଷ୍ଠ ସାଧାରଣ ଜନତା ।

ସରକାରଙ୍କ ନିଘା ନାହିଁ ଏଥିପ୍ରତି । ଆନ୍ଦୋଳନ କି ପ୍ରତିବାଦ ହେଲେ କର୍ମଚାରୀ ଗଣମାଧ୍ୟମ କୁ ଭୁଆଁ ବୁଲେଇବା ପରି ମତ ଦେଇ ପୁଣି ଯଉଁ ଅବସ୍ଥାକୁ ସେଇ ଅବସ୍ଥାରେ ପହଞ୍ଚି ଯାଉଛନ୍ତି । ଏଭଳି ସ୍ଥିତି ପ୍ରତି ରାଜ୍ୟ ସରକାର ଶୀଘ୍ର ସଜାଗ ନହେଲେ ଜନତା ସରକାରଙ୍କୁ ଉଚିତ ଜବାବ ଦେବେ । ଅସନ୍ତୋଷ ବିଜୁଳି ବିଭାଗ ଓ ଟାଟା ପାୱାରକୁ ନେଇ ବଢି ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ସରକାର ଠିକ ବ୍ୟବସ୍ଥା କରିବା ଜରୁରୀ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼