Masthead

ନବୀନ ନିବାସରେ ବିଜେଡିର ଟିକେଟ କସରତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବୀନ ନିବାସରେ ଟିକେଟ କସରତ । ଯେଉଁଠି ଦ୍ୱନ୍ଦ୍ୱ ତାକୁ ପ୍ରଥମେ ଫାଇନାଲ କରାଯାଉଛି । ପ୍ରଥମେ ପୁରୀ ଓ ପରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଉପରେ ହୋଇଛି ଆଲୋଚନା । ପୁରୀ ସଂସଦୀୟ ନେତାଙ୍କ ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି ।

 

ଅରୁଣ ସାହୁ, ଉମାକାନ୍ତ ସାମନ୍ତରାୟ, ସଞ୍ଜୟ ଦାସବର୍ମା, ପ୍ରଶନ୍ନ ପାଟଶାଣୀ, ଅରୂପ ପଟ୍ଟନାୟକ, ରୁଦ୍ର ପ୍ରତାପ ମହାରଥୀ, ସତ୍ୟନାରାୟଣ ପ୍ରଧାନ, ଶୁଭାଶିଷ ଖୁଣ୍ଟିଆ, ସୁନୀଲ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ପର୍ଯ୍ୟବେକ୍ଷକଙ୍କ ସହ ଆଲେଶଚନା କରିଛନ୍ତି ନବୀନ ପଟ୍ଟନାୟକ । ଯାହା ଫଳରେ ଖୁବଶୀଘ୍ର ବିଜେଡି ନିଜର ପ୍ରାର୍ଥୀ ତାଲିକ ଘୋଷଣା କରିପାରେ ।

 

ସେପଟେ ପୁରୀ ସଂସଦୀୟ କ୍ଷେତ୍ରର ସାଙ୍ଗଠନିକ ସ୍ଥିତି ବିଷୟରେ ଆଲେଶଚନା ହୋଇଥିବା କହିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ । ସମସ୍ତ ନିର୍ବାଚନ ମଣ୍ଡଳୀରେ କେମିତି ବିଜେଡି ଶକ୍ତି ବୃଦ୍ଧି କରିବା ସହ ସାଙ୍ଗଠନିକ ପ୍ରକ୍ରିୟାକୁ ବଢେଇବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିବା କହିଛନ୍ତି ଅରୁଣ । ଜନସାଧାରଣଙ୍କ ଅଧିକ ନିକଟକର ହେବାକୁ ରୋଡ ମ୍ୟାପ ପ୍ରସ୍ତୁତ କରିଛି ବିଜେଡି । ସେପଟେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ବରିଷ୍ଠ ବିଜେଡି ନେତା ଓ ପର୍ଯ୍ୟପେକ୍ଷକଙ୍କ ସହ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ବୈଠକରେ ପ୍ରତାପ ଦେବ, ଅଂଶୁମାନ ମହାନ୍ତି, ଧ୍ରୁବ ସାହୁ, ଅରବିନ୍ଦ ମହାପାତ୍ର, ଶଶୀଭୂଷଣ ବେହେରା, ପ୍ରଫୁଲ୍ଲ ସାହୁ, ସାବିତ୍ର ଅଗ୍ରୱାଲ ଉପସ୍ଥିତ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ