Masthead

ଓବିସିଙ୍କ ସାମାଜିକ ଶିକ୍ଷାଗତ ସ୍ଥିତିକୁ ନେଇ ହେବ ସର୍ଭେ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିଠୁ ରାଜ୍ୟରେ ଆରମ୍ଭ ହେଉଛି ଓବିସି ସର୍ଭେ । ଏନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି କରାଯାଇଛି । ବିଏମସି, ବିଭିନ୍ନ ପୌରାଞ୍ଚଳ ଓ ବ୍ଲକର ଅଧିକାରୀଙ୍କ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଛି । ମେ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ସର୍ଭେ । ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତିକୁ ନେଇ ୨୦ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ସର୍ଭେ କରାଯିବ । ଓଡ଼ିଶା ସରକାରଙ୍କ ଦ୍ୱାରା ଅଧିସୂଚୀତ ପଛୁଆ ବର୍ଗର ଲୋକଙ୍କୁ ନେଇ ସର୍ଭେ କରାଯିବ । ଉଭୟ ଅନଲାଇନ ଓ ଅଫଲାଇନରେ ତଥ୍ୟ ଦାଖଲ କରିହେବ । ଓବିସି କମିଶନଙ୍କ ୱେବସାଇଟରେ ଅନଲାଇନ୍ ଏବଂ ଅଙ୍ଗନୱାଡି ଓ ସ୍କୁଲ ଘରେ ଖୋଲିଥିବା ଏନୁମରେଟର କେନ୍ଦ୍ରରେ ଅଫଲାଇନରେ ତଥ୍ୟ ଦାଖଲ କରିପାରିବେ ।

ଏଥିରେ ଅଙ୍ଗନବାଡି କର୍ମୀ ଓ ଶିକ୍ଷକ ଏନୁମରେଟର ଭାବେ ନିୟୋଜିତ ହେବେ । ସୁରପଭାଇଜରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । ମେ ୨୧ରୁ ୨୭ ଯାଏ ହେବ ସ୍ପେଶାଲ ଡ୍ରାଇଭ । ଜୁନ ୬ରେ ଡ୍ରାଫ୍ଟ ପବ୍ଲିକେସନ କରି ଗ୍ରହଣ କରାଯିବ ଆପତ୍ତି ଅଭିଯୋଗ । ଜୁଲାଇ ୧୨ରେ ପ୍ରକାଶ ପାଇବ ଚୂଡ଼ାନ୍ତ ତଥ୍ୟ । ଭୁବନେଶ୍ୱରରେ ମୋଟ ୧୦୧ଟି କେନ୍ଦ୍ରରେ ସର୍ଭେ କରାଯିବ । ୨୦୨୦ ମସିହାରେ ଓବିସି କମିଶନ ଗଠନ କରାଯାଇଥିଲା । ୨୦୨୧ରେ ପଛୁଆବର୍ଗ ସର୍ଭେ କରିବାକୁ ଚାହିଁଥିଲେ ବି କୋଭିଡ ଯୋଗୁ ସମ୍ଭବ ହୋଇପାରିନଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି