Masthead

ବଟି ମାଗି ବିଜେଡି ନେତା ଗିରଫ

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): କୋଇଲା ଖଣିରେ ବଟି ଅସୁଲ ପୂର୍ବତନ ନଗରପାଳ ଓ ୪ ସହଯୋଗୀ ଗିରଫ। ଝାରସୁଗୁଡ଼ା ଜିଲାର ଲଖନପୁରସ୍ଥିତ କୋଇଲା ଖଣିରୁ କୋଇଲା ପରିବହନ କରୁଥିବା ଟ୍ରକ ଗୁଡ଼ିକରୁ ବଟି ଆଦାୟ କରୁଥିବା ଅଭିଯୋଗରେ ବ୍ରଜରାଜନଗରର ପୂର୍ବତନ ନଗରପାଳ ନନ୍ଦକିଶୋର ଅଗ୍ରୱାଲ ଓ ତାଙ୍କ ୪ ସହଯୋଗୀଙ୍କୁ ଗିରଫ କରାଯାଇଛି। ଏହି ବେଆଇନ କାରବାରରେ ବ୍ରଜରାଜନଗର ପୌରପରିଷଦର ପୂର୍ବତନ ଅଧ୍ୟକ୍ଷ ନନ୍ଦକିଶୋରଙ୍କ ସହ ସ୍ଥାନୀୟ ରାମଗଡ଼ର ଅମରେନ୍ଦ୍ର ସିଂ , କୁତାବଗାର ଷ୍ଟିଫେନ ପରମାଣିକ, ବେଲପାହାଡ଼ ଥାନା ଅଞ୍ଚଳର ଜାମକାନୀର ସୁଜିତ କେର୍କେଟ୍ଟା ଓ ବେଲପାହାଡ଼ର ଶଶିଧର ଚୌହାନ ଧରା ପଡ଼ିଛନ୍ତି।

ପୁଲିସ ଏହି ଅଭିଯୁକ୍ତମାନଙ୍କ ପାଖରୁ ଏକ କାର, ୩ଟି ବାଇକ, କୋଇଲା ଟ୍ରକଗୁଡ଼ିକର ତାଲିକା ଥିବା ଏକ ରେଜିଷ୍ଟର, ବିଭିନ୍ନ ପରିବହନ ଅକାରୀଙ୍କ ପାଞ୍ଚଟି ରବର ଷ୍ଟାମ, ଲାଲ କାଳି ପ୍ୟାଡ୍, ନଗଦ ୭୩ ହଜାର ୮୦ ଟଙ୍କା ଓ ୭ଟି ମୋବାଇଲ ଫୋନ ଜବତ କରିଛି। କଳା ହୀରାର କଳା କାରବାରରେ ପୂର୍ବତନ ନଗରପାଳଙ୍କ କଳା କାରନାମା ସାମ୍ନାକୁ ଆସିବା ପରେ ଏହା ସମସ୍ତଙ୍କୁ ଚକିତ କରିଛି । ପୂର୍ବତନ ନଗରପାଳ ନନ୍ଦ କିଶୋରଙ୍କ ନାମରେ ଅନେକ ପୁରୁଣା ଅପରାଧକ ମାମଲା ବିଭିନ୍ନ ଥାନାରେ ଗଡ଼ୁଛି । ସେ ଏଠାକାର ଜଣେ ସକ୍ରିୟ ବିଜେଡି ନେତା ଥିବା ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା