Masthead

ଅର୍ଥ କମିଶନଙ୍କୁ ଓଡ଼ିଶା ମାଗିଲା ୧୨ଲକ୍ଷ କୋଟି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଷୋଡ଼ଶ ଅର୍ଥ କମିଶନଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ । ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା । କମିଶନଙ୍କ ନିକଟରେ ୧୨ଲକ୍ଷ ୫୯ହଜାର ୧୪୮କୋଟିର ଦାବି କରାଯାଇଛି । ହସ୍ତାନ୍ତର ପୂର୍ବରୁ ରାଜସ୍ୱ ନିଅଣ୍ଟ ବାବଦକୁ ୯ଲକ୍ଷ ୮୮ହଜାର ୪୨୨ କୋଟି ଦାବି କରିଛି ରାଜ୍ୟ । ରାଜ୍ୟର ନିର୍ଦ୍ଦିଷ୍ଟ ଆବଶ୍ୟକତା ବାବଦରେ ୧ଲକ୍ଷ ୧୦ହଜାର ୪୩୪ କୋଟି, ସହରାଞ୍ଚଳ ବିକାଶ ପାଇଁ ୧ଲକ୍ଷ ୩୬ କୋଟି, ଏସଡିଆରଏଫ ପାଇଁ ୩୧ହଜାର ୪କୋଟି, ଏସଡିଏମଏଫ ପାଣ୍ଠି ପାଇଁ ୨୯ହଜାର ୨୫୨ କୋଟି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ସ୍ୱାସ୍ଥ୍ୟ, ଜଳ ଯୋଗାଣ, ପରିମଳ ଉପରେ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଆଗାମୀ ୫ ବର୍ଷ ପାଇଁ କମିଶନଙ୍କ ନିକଟରେ ଦାବି ରଖାଯାଇଛି ।

ଏସଡିଆରଏଫରେ ଶତ ପ୍ରତିଶତ କେନ୍ଦ୍ର ଦେବାକୁ ଦାବି ରଖିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏସଡିଆରଏଫରେ କେନ୍ଦ୍ର ୭୫% ଓ ରାଜ୍ୟ ୨୫% ଦେଇଥାଏ । ଅଧିକାଂଶ ସମୟରେ ଓଡ଼ିଶାକୁ ପ୍ରାକୃତିକ ବିପର୍ଯ୍ୟୟ ଆସୁଥିବାରୁ ଶତ ପ୍ରତିଶତ ଦାବି କରାଯାଇଛି । କେନ୍ଦ୍ର ସରକାରଙ୍କ ଟିକସରେ ରାଜ୍ୟକୁ ୪୧% ଦିଆଯାଉଛି । ୪୧ରୁ ୫୦ ପ୍ରତିଶତ କିପରି ବୃଦ୍ଧି ପାଇବ ପ୍ରସ୍ତାବ ରଖିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସହରୀକରଣ, କୃଷି ଓ ଗ୍ରାମ୍ୟ ଉନ୍ନୟନ ଉପରେ ଫୋକସ୍ ଦିଆଯାଇଛି । ଏମଏସଏମଇ, ଦକ୍ଷତା ବିକାଶ, ବନ୍ଦର ଆଧାରିତ ଅର୍ଥନୀତି ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟର ୪ କୋଟି ୭୦ ଲକ୍ଷ ଲୋକଙ୍କୁ ଆଧାର କରି ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଲକ୍ଷ୍ୟ ରଖାଯାଇଛି । ଖାଲି ସେତିକି ନୁହେଁ ଭାରତର ଶ୍ରେଷ୍ଠ ବିକଶିତ ୫ ରାଜ୍ୟ ଭିତରେ ରହିବା ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ