Masthead

ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଓଡ଼ିଶାରେ ବିଜେପି ସରକାରକୁ ପୂରିଲା ଏକବର୍ଷ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମହିଳା ମାନେ ମାତୃ ଶକ୍ତିର ପରିଚୟ କହି ୫ ଜଣ ଲକ୍ଷପତି ଦିଦିଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ।

ମୟୁରଭଞ୍ଜ ଜିଲ୍ଲାର କ୍ରିଷ୍ଣଚନ୍ଦ୍ରପୁର ଗ୍ରାମର ସାନ୍ତାଳ ଜାତିର ୫୦ ବର୍ଷିୟା କବିତା ସିଂ ଛେଳି କୁକୁଡ଼ା ପାଳନ କରି ବର୍ଷକୁ ୧ଲକ୍ଷ ୩୦ହଜାର ଆୟ କରିଛନ୍ତି । ଝାରସୁଗୁଡାର ଲୁସା ଗଣେ ବର୍ଷକୁ ମୋଟ ୧୨ ଲକ୍ଷ ୫୫ ହଜାର ରୋଜଗାର କରି ମହା ଲକ୍ଷପତି ଦିଦି । ସେ ପରିବା ଚାଷ ସହ କୁକୁଡା ପାଳନ ଏବଂ ସଉଦା ଦୋକାନ କରି ସଫଳତା ହାସଲ କରିଛନ୍ତି । ମାଲକାନଗିରି ବଣ୍ଡା ଜାତିର ସୋମାରୀ ଝିଗିଡି ଜଙ୍ଗଲରୁ ଉତ୍ପାଦିତ ଦ୍ରବ୍ୟ, ଧାନ ଓ ପରିବା ବିକ୍ରି କରି ବର୍ଷକୁ ୨ ଲକ୍ଷ ୮୦ ହଜାର ଆୟ କରିଛନ୍ତି । ସୁମିତ୍ରା ପଣ୍ଡା ସିମେଣ୍ଟ ଏବଂ ରଡ୍ ବ୍ୟବସାୟ କରି ବର୍ଷକୁ ୨ ଲକ୍ଷ ୨୦ ହଜାର ରୋଜଗାର କରି ସମ୍ବର୍ଦ୍ଧିତ ହୋଇଛନ୍ତି । କନ୍ଧ ଜାତୀୟ ମହିଳା କୁସୁମ କେହେଁର କାଠ ତିଆରି କଣ୍ଢେଇ ଏବଂ ଚାଷ ମାଧ୍ୟମରେ ୨ ଲକ୍ଷ ୫୦ ହଜାର ଆୟ କରିବା ସହ ଅନ୍ୟ ୬ ଜଣ ମହିଳାଙ୍କର ରୋଜଗାରର ମାଧ୍ୟମ ସାଜିଛନ୍ତି ।

ମହିଳା ମାନେ ବିକାଶର ଧାରାରେ ଇଞ୍ଜିନ ଭାବରେ ନିଜକୁ ପ୍ରଦର୍ଶନ କରୁଛନ୍ତି । ଏକବଷ ର୍ ଭିତରେ୍୧୭ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାରେ ସକ୍ଷମ ହୋଇଛି ଓଡ଼ିଶା । ଲକ୍ଷପତି ଦିଦି ସୃଷ୍ଟି କରିବାରେ ଦେଶରେ ପ୍ରଥମ ସ୍ଥାନରେ ପହଞ୍ଚି ପାରିଛି । ବର୍ଷକ ଭିତରେ ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର ହୋଇପାରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି