ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଆରମ୍ଭ ହୋଇ ଶେଷ ହୋଇଗଲା ବିଧାନସଭା । ନୀରବରେ ରହିଗଲେ ଏଲଓପି ନବୀନ । ଇଲେକ୍ସନ ହେଲା ବିଜେଡି ସତ୍ତାରୁ ଗଲା । ହେଲେ ଚେତିଲେନି କି ବିଜେଡି ସୁପ୍ରିମୋ ? କାହାକୁ ବାଟ ଛାଡୁଛନ୍ତି ନା ନିଜେ ଯାଉଛନ୍ତି । କାହିଁକି ତାଙ୍କର ଏମିତି ଆଭିମୁଖ୍ୟ ? କ୍ଷମତାର ଅଳନ୍ଧିରେ ଏତେ ଅନ୍ଧ କାହିଁକି ନବୀନ? ନିଜେ ତ ଶିକ୍ଷା ଲାଭ କଲେ ନି ଏବେ କଣ ନେତାଙ୍କୁ ଦେବେ ଶିକ୍ଷା? ଏବେ ମୁଁ ଆକ୍ଟିଭ ବୋଲି ଓଡ଼ିÿଶାବାସୀଙ୍କୁ ବୋଧେ ଦେଖାଇବାକୁ ଚାହୁଁଛନ୍ତ କିି ନବୀନ? ଅଧିବେଶନ ସରୁସରୁ ବିଧାୟକଙ୍କୁ ଡାକିଲେ । ପୁଣି ଏବେ ହାରୁ ନେତାଙ୍କୁ ନବୀନ ନିବାସ ଡାକି ଟିପ୍ସ ଦେଲେ । ନେତା କହିଲେ ଆମକୁ ନିର୍ବାଚନ ମଣ୍ଡଳୀରେ ରହି ଲୋକଙ୍କ କାର୍ଯ୍ୟ କରିବାକୁ କୁଆଡେ ଦେଇଛନ୍ତି ନିଦେ୍ର୍ଧଷ । ଯାହା ଏବେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯିଏ ନିଜ ବିଜୟ ଲାଭ କରିଥିବା ଆସନ ହିଞ୍ଜିଳି କି ହାରିବାର ସ୍ଥାନ କଣ୍ଟାବାଞ୍ଜି ଛଅମାସରୁ ଉଦ୍ଧ୍ୱର୍ ସମୟ ହୋଇଥିଲେ ସୁଦ୍ଧା କରିନାହାନ୍ତି ଗସ୍ତ ସେ କେମିତି ନେତାଙ୍କୁ ଦେଉଛନ୍ତି ଏମିତି ପରାମର୍ଶ ।
ନିଜେ ବୁଝୁଛନ୍ତି ତ କହୁଛନ୍ତି କଣ? ନିଜେ କରୁନଥିବା କାମ କେମିତି ନେତାଙ୍କୁ କହିଲେ ସେମାନେ କରିବେ । ଏମିତିରେ ବି ଅନେକ ନେତା ନବୀନଙ୍କୁ ଆଉ ଖାତିର କରୁନଥିବା ଭଳି ଦେଖିବାକୁ ମିଳିଲାଣି । ବିଧାନସଭା ଶୀତ ଅଧିବେଶନରେ ନବୀନ ଗୃହରେ ଥାଉ ଥାଉ ରଣେନ୍ଦ୍ର ଗୃହରୁ ବାହାରି ଆସିବା । ଖାଲି ସେତିକି ନୁହେଁ ଦଳରେ ନେତା ଥାଇବି ବିଜେପି ନେତାଙ୍କ ସଂସ୍ପର୍ଷରେ ଆସିବା ବେଶ ବିଜେଡି ଶିବିରର ଗୋଟେ ପରେ ଗୋଟେ ଗୁମର ଖୋଲିବାରେ ଲାଗୁଛି । ନବୀନ ଡାକୁଛନ୍ତି ବୈଠକ ସଂଜୟ ଦାସବର୍ମା ଭୁବନେଶ୍ୱରରେ ଥାଇ ବି ନବୀନ ନିବାସ ବୈଠକରୁ ଦୂରେଇ ରହିବା । ଖାଲି ବୈଠକକୁ ଗଲେ ନାହିଁ ଯେ କଥା ସରୁ ନାହିଁ ସଂଜୟଙ୍କର ସେହି ସମୟରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଟ ନେତା କନକ ବର୍ଦ୍ଧନ ସିଂଦେଓଙ୍କୁ ଅତିଥି ଭାବେ ନିଜ ଭୁବନେଶ୍ୱରରେ ଘରେ ବସି ଆଲୋଚନା କରିବା ନବୀନ ଓ ବିଜେଡି ପ୍ରତି ତାଙ୍କ ଉଦାରପଣ କେତେ ଅଛି ଏଠୁ ବେଶ ବାରି ହୋଇଯାଉଛି । ଖାଲି ସଂଜୟ ନୁହନ୍ତି ତାଙ୍କ ପରି ଏମିତି ନେତା ଶଙ୍ଖ ଦଳରେ ଭରି ରହିଥିବାର ଦେଖିବାକୁ ମିଳୁଛି । ଆଉ ଏମିତିରେ ବି ବିଜେଡି ପରାଜୟ ପରେ ଏବଂ ଦଳରୁ ପ୍ରାର୍ଥୀ ହୋଇଥିବା ନେତା ହାରିବା କ୍ଷଣି ନିଜ କ୍ଷେତ୍ରରେ କାହାରିବି ଦେଖିବାକୁ ମିଳୁନଥିବା ନଜି ବିଭିନ୍ନ ସ୍ଥାନରୁ ଆସୁଛି । ନଜର ପକାନ୍ତୁ ନବୀନ ନିବାସରୁ ନବୀନଙ୍କ ସାଥିରେ ଥିବା କିଛ ପରାଜିତି ନେତାଙ୍କ ମେଳିର ଦୃଶ୍ୟ ଉପରେ ।
ଦେଖିଲେ ତ ଏହି ବିଜେଡି ନେତା ମାନଙ୍କୁ । କଣ ଏବେ ଏମାନେ ଆପଣଙ୍କ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳୁଛନ୍ତି କି? ନାଁ ଭୋଟ ପରେ କୁଆଡେ ଉଭାନ ହୋଇଯାଇଛନ୍ତି । ତାହା ଆପଣ ମାନେ ତ ଭଲ ଭାବେ ଅନୁଭବ କରିପାରୁଥିବେ । ଇଲେକ୍ସନ ସମୟରେ କେମିତି କାକୁତି ବିନତି ହୋଇପଡୁଥିଲେ । ଗୋଡ ବି ଧରିବାକୁ ପଛାଉନଥିଲେ । କିନ୍ତୁ ଠିକ ଫଳାଫଳ ପରେ ବାବୁ ମାନଙ୍କର ଏବେ କିନ୍ତୁ ଗ୍ରାଉଣ୍ଡରେ ମିଳୁନି ଦେଖା । ନିର୍ବାଚନ ମଣ୍ଡଳୀସ୍ତରରେ ବି ଖୋଜା ପଡୁଛନ୍ତି ହେଲେ ନାହିଁ ଦେଖା । କଣ ୨୪ବର୍ଷ ଶାସନ କ୍ଷମତାରେ ବିଜେଡିକୁ ବସାଇବାର ଏହାର ଫଳ? କ୍ଷମତାରୁ ଯାଉ ଯାଉ ମାତ୍ର କେହିମାସରେ ଏମିତି ଉଭାନ ହୋଇଯିବା କଣ ଲୋକପ୍ରତିନିଧିର ଦାୟିତ୍ୱ କି? ଖାଲି ନବୀନ ଡାକିଲେ ବୈଠକରେ ଭାଗନେଇ ଫୋଟ ଉଠାଇଦେଇ କାମ ସାରିଦେଲେ କଣ ହେବ କି? ଏମିତିରେ ନିଜର ଶାସନ ସମୟରେ ଏହି ନେତାଙ୍କର କାର୍ଯ୍ୟଶୈଳୀ କେତେ ଥିଲା ତାହାବି ଭଲ ଭାବେ ବୁଝିଛନ୍ତି ଲୋକେ । କିନ୍ତୁ ଏବେ ଆଉ ନାହିଁ ସେକାଳ ପଖାଳ ।