Masthead

୧୦ଟାରୁ ୪ଟା ରେଳ ରୋକ ଆନ୍ଦୋଳନ, ବ୍ୟାହତ ହେବ ଟ୍ରେନ ସେବା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳ ରୋକ ଆନ୍ଦୋଳନ । ଲଖିମପୁର ଖେରୀରେ ହୋଇଥିବା ଘଟଣାକୁ ବିରୋଧ କରିବା ସହ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବିରେ ଏହି ଆନ୍ଦୋଳନ କରୁଛି କିଷାନ ମୋର୍ଚ୍ଚା । ପୂର୍ବରୁ ଘୋଷଣା କରାଯାଇଥିବା କାର୍ଯ୍ୟସୂଚି ଅନୁଯାୟୀ ଏହି ଆନ୍ଦୋଳନ କରାଯାଉଛି । ତେବେ ଏହି ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ କରାଯିବ ବୋଲି କିଷାନ ମୋର୍ଚ୍ଚା ତରଫରୁ କୁହାଯାଇଛି । ଏହାଛଡ଼ା ରେଳ ସମ୍ପତ୍ତିକୁ କୌଣସି କ୍ଷତି କରାଯିବନି ବୋଲି ମଧ୍ୟ କୁହାଯାଇଛି ।

ରବିବାର କୃଷକ ସଂଗଠନ ଗୁଡ଼ିକ ରେଳ ରୋକ ଆନ୍ଦୋଳନକୁ ସଫଳ କରିବାକୁ ପ୍ରସ୍ତୁତିର ସମୀକ୍ଷା ମଧ୍ୟ କରିଛନ୍ତି । କୌଣସି ସ୍ଥାନରେ ରାସ୍ତା ଅବରୋଧ କରାଯିବନି କେବଳ ରେଳ ଚଳାଚଳ ବନ୍ଦ କରିବାକୁ କୁହାଯାଇଛି । ଅକ୍ଟୋବର ୩ରେ ଲଖିମପୁର ଖେରୀରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା କୃଷକଙ୍କ ଉପରେ ଗାଡ଼ି ଚଢ଼ାଇଥିଲେ । ଯେଉଁଥିରେ ଅନେକ କୃଷକ ପ୍ରାଣ ହରାଇଥିଲେ । ଯେଉଁ କାରଣରୁ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କିଷାନ ମୋର୍ଚ୍ଚା ।

ତେବେ ଏହି ରେଳ ରୋକ ଆନ୍ଦୋଳନ ପାଇଁ ୬ଘଣ୍ଟା ରେଳ ସେବା ବ୍ୟାହାତ ହେବ । ଏହି ଆନ୍ଦୋଳନ ସକାଳ ୧୦ରୁ ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ ଚାଲିବ । ଆନ୍ଦୋଳନକୁ ନଜରରେ ରଖି ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର