Masthead

ନାମକୁ ମାତ୍ର ଦେବୀ, ବବି ସର୍ବେସର୍ବା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିରେ ସବୁ କିଛି ଠିକଠାକ ଚାଲୁଛି ତ? ନା ଭିତରେ ରହିଛି କିଛି? ପରଦା ଆଗରେ ଗୋଟେ ପଛରେ ହେଉନି ତ ଅନ୍ୟ ଗୋଟେ କାର୍ଯ୍ୟ? ଏହା ଆମେ କହୁନୁ କହୁଛି ଦଳ ପକ୍ଷରୁ ଜାରି ହେଉଥିବା ଦୃଶ୍ୟ ଓ ତଥ୍ୟ । ସୁପ୍ରିମୋ ନବୀନଙ୍କୁ ଛାଡିଦେଲେ ଏବେ କିଏ ଦ୍ୱିତୀୟ କ୍ଷମତା ବିନ୍ଦୁ । ୨୪ ନିର୍ବାଚନରେ ଦଳ ସାମ୍ନା କରିଥିଲା ଶୋଚନୀୟ ପରାଜୟ । କ୍ଷମତାରୁ ଦଳ ଦୂରେଇଯିବା କ୍ଷଣି ନବୀନ ଦେଖାଇଥିଲେ କଡା ଆଭିମୁଖ୍ୟ । ଦଳର ସମସ୍ତ କମିଟିକୁ କରିଦେଇଥିଲେ ଭଙ୍ଗ । ତା ପରେ ଦଳକୁ ଆଗକୁ ନେବା ପାଇଁ ଗଢିଚାଲିଲେ ଗୋଟିଏ ପରେ ଗୋଟେ କମିଟି । କିନ୍ତୁ ସବୁର କମାଣ୍ଡ ସମ୍ବନୟ କମିଟି ହାତରେ କରିଦେଲେ ହସ୍ତାନ୍ତର । ମଙ୍ଗୁଆଳ ଭାବ ବସିଲେ ଦଳର ବରିଷ୍ଠ ନତୋ ତଥା ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର । ସବୁ କିଛି ଠିକଠାକ ବି କିଛିଦିନ ଚାଲିଲା ।

କିନ୍ତୁ ଏବେ ସେହି କମିଟି ଗୁଡିକର ମୁଖ୍ୟଙ୍କ କଣ ରହିଛି କ୍ଷମତା ତା ବେଶ ପରିଲିକ୍ଷିତ ହୋଇ ପଡୁଛି । ଡମି କ୍ୟାଣ୍ଡିଡେଡ ଭଳି କାର୍ଯ୍ୟ କରୁଥିବା ଚର୍ଚ୍ଚା ଆରମ୍ଭ । ଖାଲି ସେତିକି ନୁହେଁ ଗୁରୁବାର ଅଥାତ ୭.୧୧.୨୪ରେ ବିଜେଡି ପକ୍ଷରୁ ଦଳୀୟ ସାଇଟରେ କାରାଯାଇଥିବା ପୋଷ୍ଟ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ଶଙ୍ଖ ଭବନରେ ବସୁଛି ଦଳର କାର୍ଯ୍ୟ ରୂପାନ୍ୱୟ କମିଟିର ବୈଠକ ଆଉ ସମସ୍ତ କମିଟିର ନେତୃତ୍ୱ ରହିଛନ୍ତି ଉପସ୍ଥିତ କିନ୍ତୁ ସବୁ ନିରବ ଥିବା ଭଳି ଲାଗୁଛି । ଖାଲି ସେତିକିରେ ଥମୁନି ଚର୍ଚ୍ଚା ଏହାବି ଆଲୋଚନା ହେଉଛି କି ବସିବାର ସ୍ଥାନରେ ବି ଉଚିତ ସନମ୍ମାନ ମିଳୁନାହିଁ । ବବି କହିଚାଲିଛନ୍ତି ସମସ୍ତେ ଯେମତି ପୂର୍ବ ଭଳି ଶୁଣିଚାଲୁଥିଲେ ଏବେବି ଠିକ ସେହି ଢଙ୍ଗରେ ଶୁଣିଚାଲିଛନ୍ତି । ହରାଇବା ଓ ଟିକେଟ କଟିବା ଭଳି ସଙ୍ଗୀନ ଆରୋପ ବବିଙ୍କ ଉପରେ ଆଣି ନିଜର କ୍ଷୋଭ ପ୍ରକାଶ କରିଛାଲିଛନ୍ତି ନେତା । ଆଉ ଏତିକି ନୁହେଁ ସେତ ନିଜେ ହାରିବା ସହ ନିଜ ମାଙ୍କୁ ବି ବିଜୟ କରାଇପାରିଲେ ନି ସେ କଣ ଦଳ ବୁଝିବେ ବୋଲି ଦାବି ବି କୁଆଡେ ନବୀନଙ୍କ ନିକଟରେ ହୋଇଛି ।

ଆଉ ଠିକ ସେତିକି ବେଳେ ଏ ଦୃଶ୍ୟ ବିଜେଡିର ଅନ୍ୟ ନେତୃତ୍ୱଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଯାହାଙ୍କୁ ନେଇ ଦଳରେ ବିବାଦ ଘନେଇବାରେ ଲାଗୁଛି ଆଉ ସେହି ମାନଙ୍କ ନାଁରେ ଅଭିଯୋଗ କରି ଦଳ ଛାଡୁଛନ୍ତି ବରିଷ୍ଟଙ୍କ ଠାରୁ କନିଷ୍ଠ ତେବେ ପୁଣି କେମିତି ତାଙ୍କୁ ମିଳୁଛି କ୍ଷମତା । ନା ବବିଙ୍କ ଛଡା ଅନ୍ୟ କାହା ଉପରେ ନବୀନ ଓ ତାଙ୍କ ବାବୁ ମାନଙ୍କର ରହିପାରୁନି ବିଶ୍ୱାସ । ନା ଦେବୀ ଓ ଅନ୍ୟନେତା ମାନେ ଦଳକୁ ସଙ୍ଗଠିତ କରିବା ଦିଗରେ ଫେଲ? ଦେବୀ ନା ବବି ବିଜେଡିକୁ ପରିଚାଳନା କରୁଛନ୍ତି ତାକୁ ନେଇ ପ୍ରଶ୍ନ? ନା ନିଜର ପତିଆରା ଯାହିର କରିବା ଆରମ୍ଭ କରିଦେଇଛନ୍ତି ପ୍ରଣବ ? ଯେହେତୁ ତାଙ୍କ ନିରବତା ତାଙ୍କ କ୍ଷମତା ଉପରେ ପ୍ରଭାବ ପକାଉଥିବା ବୁଝିଗଲେଣି ବବି । ଯାହା ପାଇଁ ସେ ଆଉ କିଛି ଶୁଣିବା ମୁଡରେ ନାହାନ୍ତି । ପୂର୍ବରୁ ଯେମିତି ବିଜେଡିରେ ରଜା ପରି ଥିଲେ ନିଜେ ଏବେ ସେମିତି ରହିବା ପାଇଁ ମନ କୁଆଡେ ବଳେଇଛନ୍ତି କୁହାକୁହି ଦଳରେ ହେଲେଣି । ଆଉ ଏମିତି ଯଦି ହୁଏ ଏବଂ ଆଗକୁ ଏଭଳି ଦୃଶ୍ୟ ବିଜେଡିରୁ ଆସେ ତେବେ ବିଜେଡିକୁ କେତେ କ୍ଷତି କି ଲାଭ ଦେଉଛି ତାହାକୁ ଅପେକ୍ଷା?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ