Masthead

ନ୍ୟାୟ ମାଗୁଛି ନାବାଳିକା

ରେଙ୍ଗାଲୀ (ବଡ଼ ଖବର ବ୍ୟୁରୋ): ଦୁହେଁ ନାବଳକ । ଖେଳିବା ବୁଲିବା ବୟସରେ ପ୍ରେମ । ପୁଣି ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ । ଏବେ ଗର୍ଭବତୀ ପ୍ରେମିକା ମାଗୁଛି ନ୍ୟାୟ । ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଳକ କତରବଗା ଥାନା ଥପାପାଲି ଅଞ୍ଚଳରୁ । ଥପାପାଲି ଗାଁର ଜଣେ ନାବାଳିକାଙ୍କ ସହ ବନ୍ଧଟିକ୍ରା ଗାଁର ଜଣେ ନାବାଳକଙ୍କ ମଧ୍ୟରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା ।

ଦୀର୍ଘଦିନ ହେବ ଉଭଙ୍କ ମଧ୍ୟରେ ଥିଲା ପ୍ରେମ ସମ୍ପର୍କ । ନାବାଳିକ ଜଣକ ଏବେ ଗର୍ଭବତୀ । ଲଜ୍ଜାରୁ ମୁକ୍ତି ପାଇବା ଲାଗି ବିବାହ କରିବା ଲାଗି ପ୍ରେମିକା ଦେଇଥିବା ପ୍ରସ୍ତାବ ଗ୍ରହଣ କରିନାହିଁ ନାବାଳକ ପ୍ରେମିକ । ବିବାହ ବୟସ ହୋଇନାହିଁ କହି ପ୍ରେମିକାଙ୍କୁ ଫାଙ୍କି ଦେବାକୁ ବସିଛି ପ୍ରେମିକ । ପ୍ରେମିକଙ୍କ ପରିବାରକୁ ପ୍ରେମିକାଙ୍କ ପରିବାର ବିନତି କରିଥିଲେ ମଧ୍ୟ ସେମାନେ ଶୁଣିବାକୁ ନାରାଜ । ଶେଷରେ କିଛି ଉପାୟ ନପାଇ ନାବାଳିକାଙ୍କ ପରିବାର ନ୍ୟାୟ ଲାଗି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଉଭୟଙ୍କ ଡ଼ାକ୍ତରୀ ମାଇନା ଲାଗି ପଠାଯାଇଛି । ଅଭିଯୁକ୍ତ ନାବାଳକର ଡାକ୍ତରୀ ମାଇନା ରିପୋର୍ଟ ଆସିବା ପରେ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହାଜର କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ