କ୍ଷତିପୂରଣ ନୁହଁ; ନ୍ୟାୟ ଦରକାର

ଲଖିମପୁର(ବଡ଼ ଖବର ବ୍ୟୁରୋ): ସାରା ଦେଶର ନଜର ବର୍ତ୍ତମାନ ଲଖିମପୁର ଖେରି ଉପରେ । ଏହା ମଧ୍ୟରେ ଲଖିମପୁର ହିଂସା ଘଟଣାରେ ଦୁଇଜଣ ଗିରଫ ହୋଇଥିବାର କଥା ସାମ୍ନାକୁ ଆସିଛି । ଆଶିଷ ପାଣ୍ଡେ ଓ ଲବକୁଶକୁ ଗିରଫ କରିଛି ପୁଲିସ । ସେପଟେ ବିରୋଧୀ ବାରମ୍ବାର ଶାସକ ଦଳକୁ ଟାର୍ଗେଟ କରିଆସୁଛି । ଏହା ମଧ୍ୟରେ ରାହୁଲ ଓ ଭଉଣୀ ପ୍ରିୟଙ୍କା ସମେତ ଆଉ ତିନି ଜଣ ନେତା ଲଖିମପୁର ପହଞ୍ଚିଛନ୍ତି । ଏବଂ ମୃତ ଚାଷୀଙ୍କ ପରିବାରକୁ ଭେଟିଛନ୍ତି । ଏ ପ୍ରସଙ୍ଗକୁ ଦେଶର ଏକ ବଡ଼ ରାଜନୈତିକ ମୁଦ୍ଦା କରିବା ପାଇଁ କଂଗ୍ରେସ ଦଳ ଚେଷ୍ଟା କରିଆସୁଛି । ତେବେ ପୋଷ୍ଟମର୍ଟମ ରିପୋର୍ଟରେ ପରିବାର ସନ୍ତୁଷ୍ଟ ନୁହଁନ୍ତି । ସେମାନେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାହୁଁଛନ୍ତି । ସେମାନଙ୍କୁ ନ୍ୟାୟ ଦରକାର । ଅଭିଯୁକ୍ତ କିଏ ତାହା ସମସ୍ତେ ଜାଣିଛନ୍ତି । ହେଲେ କାହିଁକି କାର୍ଯ୍ୟାନୁଷ୍ଠା ନିଆଯାଉ ନାହିଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ତାଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ମଧ୍ୟ ଉପସ୍ଥିତ ଥିଲେ ।

ଅଭିଯୁକ୍ତଙ୍କ ପିତା ଗୃହ ରାଜ୍ୟମନ୍ତ୍ରୀ ହୋଇଥିବାରୁ ସେମାନଙ୍କୁ ଗିରଫ କରାଯାଉ ନାହିଁ । ତେଣୁ ଏହି ପରିବାରକୁ ନ୍ୟାୟ ଦେବା ପାଇଁ ଆମେ ସମସ୍ତେ ଏକାଠି ହୋଇଛୁ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ମୋହାଲିରେ ପହଞ୍ଚିବା ପରେ ହିଁ ଲଖିମପୁର ଖେରିକୁ ନେଇ ବିରୋଧ ପ୍ରଦର୍ଶନ ଆରମ୍ଭ କରିଦେଇଛନ୍ତି । ତାଙ୍କ ସହ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ରାନ୍ଧୱା ଏବଂ କ୍ୟାବିନେଟ ମନ୍ତ୍ରୀ ପରଗେଟ ସିଂହ ଭଳି ଅନେକ ବରିଷ୍ଠ ନେତାମାନେ ରହିଛନ୍ତି । ଅନ୍ୟପଟେ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଗିରଫ ହେବା ପରେ ସୀତାପୁରର ଏକ ଗେଷ୍ଟ ହାଉସରେ ରଖାଯାଇଥିଲା । ସେପଟେ ଲଖିମପୁର ପହଞ୍ଚି ପ୍ରିୟଙ୍କା ୧୯ ବର୍ଷୀୟ ଲଭପ୍ରୀତ ସିଂହ ଏବଂ ୩୦ ବର୍ଷୀୟ ସାମ୍ବାଦିକ ରମଣ କଶ୍ୟପଙ୍କ ପରିବାରକୁ ଭେଟିଥିଲେ ।

ତେବେ ଏହି ପରିବାର କ୍ଷତିପୂରଣ ଚାହାଁନ୍ତି ନାହିଁ ବରଂ ସେମାନେ ନ୍ୟାୟ ଚାହାଁନ୍ତି ବୋଲି ପ୍ରିୟଙ୍କା କହିଛନ୍ତି । ଏ ଘଟଣାକୁ ୭୨ ଘଣ୍ଟାରୁ ଅଧିକ ସମୟ ହେବା ପରେ ମଧ୍ୟ କୌଣସି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଏପରିକି ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ନାମ ସାମ୍ନାକୁ ଆସୁଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଉ ନାହିଁ । ତେଣୁ ସରକାର ୮ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରନ୍ତୁ ଏବଂ ଗୃହ ରାଜ୍ୟମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ ବୋଲି କୃଷକ ନେତା ରାକେଶ ଟୀକାୟତ କହିଛନ୍ତି । ବର୍ତ୍ତମାନ ଦେଖିବାର ବିଷୟ ସମସ୍ତ ଅଭିଯୁକ୍ତମାନଙ୍କୁ ପ୍ରଶାସନ କେବେ ଗିରଫ କରୁଛି । ନା’ ଦୁଇ ଜଣଙ୍କୁ ଗିରଫ କରି ମନ୍ତ୍ରୀଙ୍କ ପୁଅକୁ ବଞ୍ଚାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!