Masthead

ନୂଆ ସଂସଦ ଭବନ ଉଦଘାଟନ ସମାରୋହରେ ସାମିଲ ହେବ ବିଜେଡି

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ନୂଆ ସଂସଦ ଭବନ ଉଦଘାଟନରେ ଯୋଗଦେବ ବିଜୁ ଜନତା ଦଳ ।  ଆସନ୍ତା ୨୮ତାରିଖରେ ଦୋବାକୁ ଥିବା ନୂଆ ସଂସଦ ଭବନର ଉଦଘାଟନ ସମାରୋହରେ ସାମିଲ ଦେବ ବିଜେଡି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଉଦଘାଟନୀ ସମାରୋହରେ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂଆ ସଂସଦ ଭବନ ଉଦଘାଟନ କରାଯିବାକୁ ବିରୋଧ କରିଛନ୍ତି କଂଗ୍ରେସ ସମେତ ମୋଟ ୧୯ଟି ରାଜନୀତିକ ଦଳ ।

ସେମାନଙ୍କର ଦାବି ରହିଛି ରାଷ୍ଟ୍ରପତି କରନ୍ତୁ ଉଦଘାଟନ। ତେବେ ଏହି ସମାରୋହ ଉତ୍ସବକୁ ବର୍ଜନ କରିବେ ବୋଲି ଆଜି ମିଳିତ ବିବୃତ୍ତି ଜାରି କରିଛନ୍ତି ୧୯ଟି ଦଳ ।  ଅନ୍ୟପଟେ ବିଜେଡି ସନ୍ଧ୍ୟାରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ଏନେଇ ଏକ ପ୍ରେସ୍ ବିବୃତି ମାଧ୍ୟମରେ କହିଛନ୍ତି ଯେ ଭାରତୀୟ ରାଷ୍ଟ୍ର ମୁଖ୍ୟ ହେଉଛନ୍ତି ଭାରତର ରାଷ୍ଟ୍ରପତି । ସେହିପରି ସଂସଦ ଭବନ ଭାରତର ୧୪୦ କୋଟି ଲୋକଙ୍କ ପ୍ରତିନିଧିତ୍ୱ କରେ। ଏହି ଦୁଇ ସଂସ୍ଥା ହେଉଛି ଭାରତୀୟ ଗଣତନ୍ତ୍ରର ପ୍ରତୀକ ଓ ଭାରତୀୟ ସମ୍ବିଧାନ ଦ୍ୱାରା ଉଭୟ ଅଧିକାରପ୍ରାପ୍ତ।

ଉଭୟ ସଂସ୍ଥାର ଅଧିକାର ଓ ଗାରିମା ସର୍ବଦା ସୁରକ୍ଷିତ ରହିବା ଉଚିତ୍। ଏହି ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଯେକୌଣସି ପ୍ରସଙ୍ଗରୁ ଊର୍ଦ୍ଧ୍ୱରେ ରହିବା ଉଚିତ୍ ଯାହାକି ଏହାର ପବିତ୍ରତା ଓ ସମ୍ମାନକୁ ପ୍ରଭାବିତ କରୁଥିବ ବୋଲି ବିଜେଡି ବିଶ୍ୱାସ କରେ। ଏସବୁ ପ୍ରସଙ୍ଗରେ ପରବର୍ତ୍ତୀ ସମୟରେ ପବିତ୍ର ଗୃହରେ ବିତର୍କ କରାଯାଇପାରିବ। ତେଣୁ ବିଜେଡି ନିଶ୍ଚିତ ଭାବେ ଏହି ମହତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଉପସ୍ଥିତ ରହିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ