Masthead

‘ବିଜେଡିର ମହିଳା ସଂରକ୍ଷଣ ଦାବି କେବଳ ଏକ ରାଜନୈତିକ ଏଜେଣ୍ଡା’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିର ମହିଳା ସଂରକ୍ଷଣ ଦାବି ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା । ପ୍ରତିକ୍ରି୍ରୟା ରଖିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ । କହିଛନ୍ତି ବିଜେଡିର ମହିଳା ସଂରକ୍ଷଣ ଦାବି କେବଳ ଏକ ରାଜନୈତିକ ଏଜେଣ୍ଡା । ଏନସିଆରବି ରିପୋର୍ଟ ଅନୁସାରେ ଓଡ଼ିଶା ମହିଳା ବିରୋଧୀ ହିଂସାରେ ଦେଶରେ ଏକ ନମ୍ବର । ରାଜ୍ୟରେ ମହିଳା ହିଂସା ଏକ ସମ୍ବେଦନଶୀଳ ଓ ସାମାଜିକ ପ୍ରସଙ୍ଗ ହୋଇସାରିଲାଣି । ଓଡ଼ିଶାରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ଦେଶରେ ସବୁଠୁ କମ୍ ।

ଓଡ଼ିଶାରେ ମହିଳାଙ୍କ ରୋଜଗାର ମଧ୍ୟ ଦେଶରେ ତଳ ଆଡୁ ୨ ନମ୍ବର ଅଛି । ମୁଖ୍ୟମନ୍ତ୍ରୀଙ୍କୁ କଣ ଏ ସବୁ ଦେଖାଯାଉ ନାହିଁ । ରାଜ୍ୟରେ ମାତ୍ର ଗୋଟିଏ ମହିଳା ଥାନା । ଆଉ ଅଧିକ ମହିଳା ଥାନା କାହିଁକି କରୁନାହାନ୍ତି ? ଓଡ଼ିଶାରେ ୨୦୧୯ରେ ମାତ୍ର ୩ଟି ଗଣ ଦୁଷ୍କର୍ମ ହୋଇଥିବା ବେଳେ ୨୦୨୦ରେ ତାହା ବୃଦ୍ଧି ପାଇ ୨୦ରେ ପହଞ୍ଚିଲାଣି । ତେଣୁ ଓଡ଼ିଶାରେ ନବୀନ ପଟ୍ଟନାୟକ ମହିଳାଙ୍କୁ ଅତିକମରେ ସମ୍ମାନ ଏବଂ ସୁରକ୍ଷା ଦିଅନ୍ତୁ ।

ବିଜେଡିରେ ହିଁ ଜଣେ ମହିଳା ନେତ୍ରୀ ତାଙ୍କ ଦଳର ମନ୍ତ୍ରୀଙ୍କ ନାଁରେ ଯୌନ ଶୋଷଣ ଏବଂ ପ୍ରତାରଣା ଭଳି ସଙ୍ଗୀନ ଅଭିଯୋଗ ଆଣିଲେ । ଏ ସବୁ କଣ ମୁଖ୍ୟମନ୍ତ୍ରୀଙ୍କୁ ଦେଖା ଯାଉନାହିଁ । ଯଦି ଓଡ଼ିଶାରେ ବିଜେଡ଼ି ଦଳର ଜଣେ ମହିଳା ନେତ୍ରୀ ସୁରକ୍ଷିତ ନାହାନ୍ତି । ସେଠି ଓଡ଼ିଶାର ମାଆ ଭଉଣୀ ମାନେ କିଭଳି ସୁରକ୍ଷିତ ରହିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ