Masthead

ମମିତା ପ୍ରସଙ୍ଗର କାଉଣ୍ଟର ପାଇଁ ବିଜେଡିର ଦରଦାମ୍ ରଣନୀତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସାରା ରାଜ୍ୟରେ ମମିତା ତାତି । କଟକରୁ କଳାହାଣ୍ଡି ସବୁଠି ଜଳୁଛି ମମିତାର ହତ୍ୟାକାଣ୍ଡର ନିଆଁ । ଖାଲି ବିରୋଧୀ ନୁହେଁ ସାଧାରଣ ଜନତା ବି ଓହ୍ଲାଉଛନ୍ତି ରାଜରାସ୍ତାକୁ । ତେବେ ମମିତା ପ୍ରସଙ୍ଗରେ ବିରୋଧୀ ବିଶେଷକରି ବିଜେପିକୁ ଜବାବ ଦେବାକୁ ବିଜେଡିର ରଣନୀତି । ରାସ୍ତାକୁ ଓହ୍ଲାଇବ ଶାସକ ଦଳ । କିନ୍ତୁ ମମିତାଙ୍କ ପ୍ରସଙ୍ଗରେ ନୁହେଁ ଦରଦାମ ବୃଦ୍ଧି ପ୍ରସଙ୍ଗରେ । ଦରଦାମ ବୃଦ୍ଧିକୁ ନେଇ ବିଜେଡି କରିବାକୁ ଯାଉଛି ରାଜ୍ୟବ୍ୟାପି ଆନ୍ଦୋଳନ ।

ଦରଦାମ ରୋକିବାରେ କେନ୍ଦ୍ର ସରକାର ହୋଇଛନ୍ତି ବିଫଳ । ପେଟ୍ରୋଲ, ଡିଜେଲ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବଢି ବଢି ଚାଲିଛି। ଯାହା ସିଧାସଳଖ ପ୍ରଭାବ ଗରିବ ଓ ମଧ୍ୟବିତ୍ତଙ୍କ ଉପରେ ପଡୁଛି । ତୈଳ ଦର ବୃଦ୍ଧି ଯୋଗଁ ସାଧରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ତୀବ୍ର ହୋଇଛି । ଏପଟେ ଲୋକଙ୍କ ରୋଜଗାର କମିଗଲାଣି । ବେରୋଜଗାରୀ ବଢିବାରେ ଲାଗିଛି । କେନ୍ଦ୍ର ସରକାର ଆର୍ଥିକ ବ୍ୟବସ୍ଥା ପରିଚାଳନା କରିବାରେ ବିଫଳ ହୋଇଛନ୍ତି । ବିଜେପି ସରକାର ବିକାଶର କଥା କହୁଛନ୍ତି।

କିନ୍ତୁ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ବିରୋଧ କରି ବିଜେଡି ପକ୍ଷରୁ ରାଜ୍ୟବ୍ୟାପି ହେବ ବିକ୍ଷୋଭ । ଆସନ୍ତାକାଲି ଅର୍ଥାତ୍ ୩୧ ତାରିଖରେ ରାଭବନରେ ସମ୍ମୁଖରେ ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଧାରଣା ଦେବ ବିଜେଡି । ନଭେମ୍ବର ୧ରେ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟବ୍ୟାପି ଆନ୍ଦୋଳନ ନଭେମ୍ବର ୫ ରୁ ୭ ତାରିଖ ପର୍ଯ୍ୟନ୍ତ ପେଟ୍ରୋଲ-ଡିଜେଲ ଦର ବୃଦ୍ଧିକୁ ନେଇ ଯୁବ ବିଜେଡି ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା