Masthead

ବର୍ଷା ଯୋଗୁଁ ଭାରତ-ପାକିସ୍ତାନ ମ୍ୟାଚ ବାତିଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅଧାରେ ଅଟକିଲା ଭାରତ-ପାକିସ୍ତାନ ମହାମୁକାବିଲା । ପ୍ରବଳ ବର୍ଷା ଯୋଗୁଁ ଶ୍ରୀଲଙ୍କାର ପାଲ୍ଲେକେଲ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ପାକିସ୍ତାନ ମ୍ୟାଚ ଅଧାରୁ ବନ୍ଦ ରଖଯାଇଛି । ପ୍ରଥମେ ଭାରତ ଟସ ଜିତି ବ୍ୟାଟିଂ କରିଥିଲା ବେଳେ ସମସ୍ତ ୱିକେଟ୍‌ ବିନିମୟରେ ୨୬୬ ରନ୍‌ ସଂଗ୍ରହ କରିଥିଲା। ଓପନିଂ ବ୍ୟାଟରଙ୍କ ସହ ପ୍ରଥମ ୪ ବ୍ୟାଟର ଫେଲ ମାରିଥିଲେ । ପରେ ବ୍ୟାଟିଂ କରିବାକୁ ଆସିଥିବା ଈଶାନ କିଶନ ଓ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ଭାଳିଥିଲେ । ଇସାନ ୮୨ ରନ କରି ଆଉଟ୍ ହୋଇଥିବା ବେଳେ ହାର୍ଦ୍ଦିକ ୮୭ ରନ କରି ଆଉଟ ହୋଇଥିଲେ ।

ତେବେ ଭାରତ ମୋଟ ୪୮ ଓଭର ୫ ବଲରେ ୨୬୬ କରି ଅଲଆଉଟ ହୋଇଯାଇଥିଲା । ସେପଟେ ପାକିସ୍ତାନ ବୋଲର ପୁଣି ଥରେ ଚମତ୍କାର ପଦର୍ଶନ କରିଥିଲେ । ପ୍ରଥମରୁ ସାହିନ ଶାହ ଆଫ୍ରିଦ ରୋହିତ ଏବଂ କୋହଲିଙ୍କୁ ପ୍ରଥମରୁ ଆଉଟ କରିବା ସହ ମୋଟ ୪ଟି ୱିକେଟ ନେଇଥିଲେ । ତାଙ୍କ ବ୍ୟତୀତ ହାରିସ ରୌଫ ନସିମ ଶାହ ୩ଟି ଲେଖାଏ ୱିକେଟ ନେଇଥିଲେ ।  ପ୍ରବଳ ବର୍ଷା ଯୋଗୁଁ ପାକିସ୍ତାନ ପାଳି ଆରମ୍ଭ ହୋଇପାରିନଥିଲା। ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ