ବଡ଼ ଖବର ପ୍ରଶ୍ନର ଉତ୍ତର ରଖିପାରିବେ କି ଦିବ୍ୟଶଙ୍କର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁହଁ ଖୋଲିଲେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ୩ ଗଣମାଧ୍ୟମ ନାଁରେ ମାନହାନୀ ମୋକଦ୍ଦମା କରିଛନ୍ତି ଦିବ୍ୟଶଙ୍କର । ସେ କହିଛନ୍ତି ଯେ ୩ ଗଣମାଧ୍ୟମ ମତେ ବଦନାମ କରୁଛନ୍ତି । ମାନସିକ ଚାପ ଦେଉଥିବାରୁ ମାନହାନୀ ମୋକଦ୍ଦମା କରିଛି ବୋଲି କହିଛନ୍ତି ମନ୍ତ୍ରୀ । ମୋ ବିରୋଧରେ ଅପପ୍ରଚାର କରାଯାଉଛି । ଆଇନ ଅନୁସାରେ ଦୋଷୀଙ୍କୁ ଦଣ୍ଡ ହେଉ । ହତ୍ୟା ଘଟଣାରେ ମୋ ସଂପୃକ୍ତିର ପ୍ରମାଣ ଥିଲେ ମନ୍ତ୍ରୀ ପଦରୁ ଇସ୍ତଫା ଦେବି । ରାଜନୀତିରୁ ସନ୍ନ୍ୟାସ ନେବି । ଅପରାଧୀଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ । ମମିତା ମୃତ୍ୟୁ ପାଇଁ ପାଇଁ ମୁଁ ମର୍ମାହତ । ମମିତାଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି ।

ଜନପ୍ରତିନିଧି ଭାବେ ମହାଲିଙ୍ଗ କଲେଜକୁ ଯାଏ । ପରବର୍ତ୍ତୀ ମୁହୁର୍ତ୍ତରେ ଯଦି କୌଣସି ଘଟଣା ଘଟେ ତାହେଲେ ସେଥିରେ ମୁଁ କେମିତି ଦାୟୀ ହେବି । ପ୍ରମାଣ ଥିଲେ ପୋଲିସ, କୋର୍ଟଙ୍କୁ ଦିଅନ୍ତୁ । ବାୟୁସେନାର ଆଦର୍ଶ ନେଇ ରାଜନୀତିକୁ ଆସିଛି । ମୋର କ୍ଷତି ହେଉ ପଛେ ଲୋକଙ୍କ ଦୁଃଖ ସହିପାରିବିନି । ମିଛ ଖବର ପ୍ରସାରଣ କରି ମୋ ପରିବାରର ସମ୍ମାନହାନୀ କରାଯାଉଛି ବୋଲି କହିଛନ୍ତି ଦିବ୍ୟଶଙ୍କର । ମତେ ବଦନାମ କରିବାର ସହ ମୋର ଚରିତ୍ର ସଂହାର କରାଯାଉଛି । ରାଜନୈତିକ ଫାଇଦା ପାଇଁ ତିନୋଟି ଗଣମାଧ୍ୟମ ମିଥ୍ୟା ଓ ମନଗଢା ଖବର ପ୍ରସାରଣ କରୁଛନ୍ତି । ମାଁ ମାଣିକେଶ୍ୱରୀଙ୍କ ନାଁରେ ଶପଥ କରି କହୁଛି ମମିତା ହତ୍ୟା ଘଟଣା ସହ ମୋର କୌଣସି ସମ୍ପର୍କ ନାହିଁ । ଦିବ୍ୟଶଙ୍କର ମିଶ୍ର ମୁହଁ ଖୋଲିଛନ୍ତି । ବଡ଼ ଖବର ତରଫରୁ ପ୍ରଶ୍ନ ।

ଏୟାରଫୋର୍ସରେ କାମ କରିଥିବା କହିଛନ୍ତି । ଜଣେ ସୈନିକର ବଳିଦାନ କଥା କହିଛନ୍ତି । ବରଂ ଆପଣ ନିଜେ ଦୁଃଖ ପାଇବେ, କିନ୍ତୁ ଅନ୍ୟ କେହି କେମିତି ଦୁଃଖ ନ ପାଉ, ବା ଆହତ ନ ହେଉ, ଇଏ ହେଉଛି ଆପଣଙ୍କ ଦର୍ଶନ ବୋଲି ଆପଣ ଦୀର୍ଘ ଦିନ ପରେ ମୁହଁ ଖୋଲି ଏକଥା କହିଛନ୍ତି । ଆପଣଙ୍କ ଏ ବକ୍ତବ୍ୟ ଉପରେ ଆମର ପ୍ରଶ୍ନ ହେଉଛି- ଜଣେ ସଚ୍ଚା ସୈନିକ ଏତେ ଦିନ ଧରି କେମିତି ଚୁପ ହେଇ ରହିପାରିଲେ । ପରିବାରର ଏତେ ବଡ କ୍ଷତି ସମୟରେ ଆପଣ ଥରୁଟିଏ ହେଲେ ବି ତାଙ୍କ ଘରକୁ ଯାଇନାହାନ୍ତି । ଆପଣ ଯେହେତୁ ସେ କଲେଜକୁ ବାରମ୍ବାର ଯାଉଥିଲେ, ତେଣୁ ମମିତାଙ୍କୁ ଆପଣ ଜାଣିଥିେବେ ନିଶ୍ଚୟ । ତେଣୁ ଆପଣ ଜାଣିଥିବା ଜଣେ ଶିକ୍ଷୟିତ୍ରୀର ହତ୍ୟା ହେଉଛି, ମମିତାଙ୍କ ପରିବାର ଲୋକ ଶୋକରେ ଅଛନ୍ତି, ସେମିତି ସମୟରେ ଆପଣ ଜଣେ ସଚ୍ଚା ସୈନିକ ଭାବେ ନିଜ ଦାୟିତ୍ୱ ନିର୍ବାହ କରିଛନ୍ତି କି ?
ଆପଣ ଲେଖିଛନ୍ତି, ଆପଣଙ୍କ ନୀରବତାକୁ ମିଡିଆ ପ୍ରଶ୍ନ କରୁଛି । ମିଡିଆରେ ଯାହା କିଛି କୁହାଯାଉଛି, ଅତିରଂଜିତ କରି କୁହାଯାଉଛି । ନିଜ ନିଜର ସ୍ୱାର୍ଥ ପାଇଁ ମିଡିଆ ଏକଥା କହୁଛି । ତେଣୁ ଏହାଦ୍ୱାରା ଆପଣଙ୍କ ପରିବାର ପ୍ରଭାବିତ ହେଉଛନ୍ତି । ଏହା ସତ୍ୟ ଯେ, ଏ ଘଟଣାରେ ଆପଣଙ୍କ ପରିବାରର ସଦସ୍ୟଙ୍କ ମାନସିକ ସ୍ଥିତି ଠିକ ନଥିବ ।

ଆପଣ ସତ କହୁଛନ୍ତି, ଏହାଦ୍ୱାରା ଆପଣଙ୍କ ପରିବାର ନିହାତି ଭାବେ ପ୍ରଭାବିତ ହେଉଥିବ । କିନ୍ତୁ ଆପଣ, ମାଆ ମାଣିକେଶ୍ୱରୀଙ୍କ ଶପଥ ନେଇ ଆଜି ଯାହା କହିଛନ୍ତି, ସେତିକି କହିବାକୁ ଏତେ ଦିନ କାହିଁକି ଲାଗି ଗଲା ? ଆପଣ କହିଛନ୍ତି ପ୍ରମାଣ ଥିଲେ ଇସ୍ତଫା ଦେବି । ପ୍ରମାଣ ଥିଲେ ଇସ୍ତଫା ଦିଆଯାଏ । ଇସ୍ତଫା ତ ଦେବେ, ଗରଫ ବି ହେବ ବୋଲି କାହିଁକି କହିଲେନି? ବାକି ରହିଲା ଆପଣଙ୍କ ନୀରବତାକୁ ନେଇ ହେଉଥିବା ପ୍ରଶ୍ନ । ଜଣେ ମନ୍ତ୍ରୀ ହିସାବରେ, ଯେତେବେଳେ ସେ କଲେଜ ସହ ଆପଣଙ୍କ ସଂପୃକ୍ତି କଥାକୁ ଆପଣ ନିଜେ ସ୍ୱୀକାର କରିଥିଲେ, କଲେଜର ମାଲିକ ତଥା ପୋଲିସର ବୟାନରେ ହତ୍ୟାକାରୀ ଯିଏ, ଗୋବିନ୍ଦ ସାହୁ ମଧ୍ୟ ଖୋଲାଖୋଲି କହିଥିଲେ ଆପଣ ସେଠିକୁ ପ୍ରତେକ ମାସରେ ଯାଆନ୍ତି । ତେଣୁ ଏତେ ବଡ ହତ୍ୟାକାଣ୍ଡ ଘଟିଯାଉଛି, ଆପଣ କାହିଁକି ନୀରବ ରହିଲେ ? ପୁଣି ଏତେ ଦିନ ଯ।।ଏଁ ।

ଆପଣ ଲେଖିଛନ୍ତି, ମନ୍ତ୍ରୀ ହିସାବରେ ଅତିଥି ଭାବେ ଯାଇଥିବା ଗୋଟେ କଲେଜରେ ଯଦି କିଛି ଅପରାଧ ହେଉଛି, ସେଥିରେ ଆପଣ କେମିତି ଦାୟୀ ହେବେ । ଠିକ କଥା । ଅତିଥି ହିସାବରେ ଯାଇଥିବା ଯେ କେହି ବି, ଏମିତି ଘଟଣାରେ ଦାୟୀ ହେବା କଥା ନୁହେଁ । କିନ୍ତୁ ପ୍ରଶ୍ନ ହେଉଛି, ଆପଣ ବାରମ୍ବାର କହିଛନ୍ତି, ଏ କଲେଜ ହେଉଛି ଆପଣଙ୍କର । ଏ କଲେଜ ପାଇଁ ମୋର ତଥା ମୁଖ୍ୟମନ୍ତ୍ରୀଙ୍କର ଏତେ ଏତେ ଅବଦାନ ଅଛି । ଏ କଲେଜରେ ପଢିଲେ, ଆପଣ ଏୟା ହେଇପାରିବେ । ଏତେ ଏତେ ମାର୍କ ରଖୁଛନ୍ତି ପିଲା ଏଠି, ଅନ୍ୟ କୋଉଠି ହେଉନଥିବା ଏମିତି କେତେ କ’ଣ । ଜଣେ ଅତିଥି ହିସାବରେ ଯାଇଥିବା ଯେ କେହି କ’ଣ ଏ ପ୍ରକାରର ଶବ୍ଦରେ କହିପାରେ । ଆପଣ ଏ କଲେଜ ସହିତ ଅଧିକ ସଂପର୍କରେ ଥିଲେ । କ୍ରାଇମରେ ସଂପୃକ୍ତି ଥାଇପାରେ ନ ଥାଇପାରେ ମଧ୍ୟ । କିନ୍ତୁ ଆପଣ ଯାହା କହିଛନ୍ତି ଯେ କେବେଳ ଜଣେ ଅତିଥି ହିସାବରେ ସେଠିକି ଯାଇଥିଲେ, ତା ଠିକ ନୁହେଁ ।

ଆପଣ ଲେଖିଛନ୍ତି, ବିରୋଧୀ ଦଳ ହେଉ କି ମିଡିଆ, ଯାହା ପାଖରେ କିଛି ପ୍ରମାଣ ଥିଲେ କୋର୍ଟରେ ଦିଅନ୍ତୁ । ଯଦି ଆପଣଙ୍କ ସଂପୃକ୍ତିର ପ୍ରମାଣ ମିଳିବ, ତାହେଲେ ଆପଣ ପବ୍ଲିକ ଲାଇଫରୁ ବିଦାୟ ନେଇଯିବେ । ଏହି ଡାଏଲଗ, ସାଧାରଣତଃ ପବ୍ଲିକ ଲାଇଫରେ ଥିବା ଲୋକମାନେ କରିଥାନ୍ତି । ଏପ୍ରକାରର ଯୁକ୍ତିର କିଛି ମାନେ ନାହିଁ । କିନ୍ତୁ ଆମେ ଚାହିଁବୁ, ଯେହେତୁ ଆପଣ ଏ କଲେଜକୁ ବେଶୀ ଜାଣିଥିଲେ, ଗୋବିନ୍ଦ ସାହୁ, ଆପଣଙ୍କ ଅତି ପାଖ ଲୋକ ଥିଲେ, ଭଲ ହେବ ଏବଂ ରାଜ୍ୟବାସୀ ଆପଣଙ୍କ ସାଧୁବାଦ ଦେବେ, ଆପଣଙ୍କ ଇସ୍ତଫା ଦାବି କରିବେ ନାହିଁ, ଯଦି ଆପଣ, କିଛି ପ୍ରମାଣ, ଗୋବିନ୍ଦ ସାହୁ ବାବଦରେ କୋର୍ଟରେ ଦେବେ । ନ ହେଲେ, ଆପଣଙ୍କ ପବ୍ଲିକ ଲାଇଫରୁ ଅବସର ନେଇଯିବା ଭଳି କଥାର କିଛି ମୂଲ୍ୟ ରଖୁନାହିଁ ।

ସାମ୍ବାଦିକଙ୍କ ଏଥିକ୍ସର କଥା କହିଛନ୍ତି । ଖୁବ ଭଲ କଥା । ଆମେ ଆପଣଙ୍କର ଏ ବକ୍ତବ୍ୟକୁ ସ୍ୱାଗତ କରୁଛୁ । କିନ୍ତୁ ସ୍ୱାମ୍ବାଦିକର ଏଥିକ୍ସ ବାବଦରେ ଆମେ କିଛି କିହାବକୁ ଚାହୁଛୁ । ଆମ ଏଥିକ୍ସ କହୁଛି, ଏଭଳି ଘଟଣାରେ, ଯେତେବେଳେ ଜଣେ ମନ୍ତ୍ରୀ, କଲେଜ ସହିତ, କଲେଜର ମାଲିକ ସହିତ ଏତେ ମାତ୍ରାରେ ସଂପୃକ୍ତ, ସେତେବେଳେ ମିଡିଆ ତାଙ୍କର ଇସ୍ତଫା ଦାବି କରିବ । ହଁ, ଏକଥା ସତ୍ୟ, ମିଡିଆ କଥାକୁ ଅତିରଂଜିତ ନ କରୁ । ମନ ଇଛା ଷ୍ଟୋରି ତିଆରି କରି ଟିଆରପି ନ ବଢାଉ । କିନ୍ତୁ ସାମ୍ବାଦିକର ଏଥିକ୍ସ ହିସାବରେ, ଆପଣଙ୍କ ଇସ୍ତଫା ଦାବି କରିବାରେ କିଛି ଅସୁବିଧା ନାହିଁ ।

ଆପଣ କାହିଁକି ନରସିଂହ ମିଶ୍ର ଓ ବିଜୟ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖିନାହାନ୍ତି । ରାୟପୁର ଘରେ ହୋଇଥିବା ଗୋବିନ୍ଦ ଓ ମମିତାଙ୍କ ଭିତରେ ବୁଝାବଣା ପାଇଁ ଉଦ୍ୟମ କରିଥବା ପ୍ରଶ୍ନର ଉତ୍ତର କାହିଁକି ରଖିଲେନି ।

କେବଳ ଗୋଟିଏ କଥା ଆମେ କହିବାକୁ ଚାହିଁବୁ, ଏୟାରଫୋର୍ସର ଜଣେ ସଚ୍ଚା ସୈନିକ ହିସାବରେ ଆପଣଙ୍କ ପ୍ରତି ଆମର ଢେର ସମ୍ମାନ ରହିଛି । କିନ୍ତୁ ଗୋଟେ କଥା ଏଠି କହିବାକୁ ଚାହିଁବୁ, ଯେତେବେଳେ ଏହି ଘଟଣାରେ ଆପଣଙ୍କ ସଂପୃକ୍ତି କଥା ଉଠୁଛି, ଯଦିଓ ଆପଣଙ୍କ କହିବା ଅନୁସାରେ ଆପଣଙ୍କର ଏଥିରେ କିଛି ହି ସଂପର୍କ ନାହିଁ । ଏମିତି ଏକ ସ୍ଥିତିରେ ତଦନ୍ତ ଚାଲିଛି । ତଦନ୍ତ, ଆପଣଙ୍କ ଅଧିନରେ ଥିବା ବିଭାଗ କରୁଛି ଅଥାତ୍ ଗୃହ ବିଭାଗ ଅଧିନରେ ପୋଲିସ ଆସୁଛି, ସମସ୍ତ ପ୍ରକାରର ତଦନ୍ତ ଆସୁଛି । କଣ ଏମିତି କରିହେବ ନାହିଁ- ତଦନ୍ତ ସରିବା ପର୍ଯ୍ୟନ୍ତ, ଆପଣ ମନ୍ତ୍ରିମଣ୍ଡଳ ରୁ ବାହାରେ ରହିପାରିବେ ନାହିଁ । ଇଏ କ’ଣ କରିପାରିବ ନାହିଁ ଜଣେ ସଚ୍ଚା ସୈନିକ । ତଦନ୍ତ ସରରିବା ପରେ, କ୍ଲିନ ଚିଟ୍ ପାଇବା ପରେ ଆପଣ ପୁଣି ମନ୍ତ୍ରିମଣ୍ଡଳକୁ ଫେରିଥାନ୍ତେ । ଯାହାକୁ, ରାଜ୍ୟବାସୀ ସ୍ୱାଗତ କରଥାନ୍ତେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’