Masthead

ବିଜେପି ଘୋଷଣା କଲା ପ୍ରଭାରୀ ତାଲିକା, ଜାଣନ୍ତୁ ଓଡ଼ିଶାର ଦାୟିତ୍ୱ କାହା ହାତରେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସଂଗଠନକୁ ସୁଦୃଢ଼ କରିବା ପାଇଁ ବିଜେପି କେନ୍ଦ୍ରୀୟ ଟିମ୍ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀଙ୍କ ନାମ ତାଲିକା ଆଜି ଘୋଷଣା କରିଛି । ୩୬ଟି ସାଙ୍ଗଠନିକ ପ୍ରଦେଶ ପାଇଁ ଏହି ତାଲିକା ପ୍ରକାଶ କରାଯାଇଛି । ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଦିଆଯାଇଛି ମଣିପୁର ଦାୟିତ୍ୱ । ଦିଲ୍ଲୀ ଓ ଆସାମ ଦାୟିତ୍ୱରେ ଅଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ୱରେ ରାଧାମୋହନ ସିଂ ଥିବାବେଳେ ରାଜସ୍ଥାନ ଓ କର୍ଣ୍ଣାଟକ ପାଇଁ ଅରୁଣ ସିଂଙ୍କୁ ଦାୟିତ୍ୱ ମିଳିଛି । ତାମିଲନାଡ଼ୁ ଦାୟିତ୍ୱ ସିଟି ରବିଙ୍କ ଉପରେ ନ୍ୟସ୍ତ ଥିବାବେଳେ କେରଳ ସାଙ୍ଗଠନିକ ଦାୟିତ୍ୱ ବୁଝିବେ ସିପି ରାଧାକୃଷ୍ଣନ । କୈଳାସ ବିଜୟବର୍ଗୀୟଙ୍କୁ ମିଳିଛି ପଶ୍ଚିମବଙ୍ଗ ପ୍ରଭାରୀ ଦାୟିତ୍ୱ । ଓଡ଼ିଶାର ସହହପ୍ରଭାରୀ ଦାୟିତ୍ୱରେ ଅଛନ୍ତି ବିଜୟପାଲ ସିଂ ତୋମର ।

ଓଡ଼ିଶାରେ ବିଜେପିର ସଂଗଠନ ସେତେ ସୁଦୃଢ଼ ନାହିଁ । ଆଞ୍ଚଳିକ ଦଳ ବିଜେଡି ଦୀର୍ଘ ୨୦ ବର୍ଷ ଧରି ରାଜ୍ୟରେ ଶାସନ କରୁଛି । ବିଜେଡିକୁ ମାତ୍ ଦେବା ପାଇଁ ବିଜେପି କେନ୍ଦ୍ରୀୟ ସଂଗଠନ ବିଶେଷ ଗୁରୁତ୍ୱ ଦେଉଛି । ଡି ପୁରନ୍ଦେଶ୍ୱରୀଙ୍କୁ କେନ୍ଦ୍ରୀୟ ସଂଗଠନ ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତି ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ