ଅଧୁରା ରହିଲା ‘ବିରାଟ’ ସ୍ୱପ୍ନ

(ବଡ଼ ଖବର ବ୍ୟୁରୋ)  ବିଶ୍ୱର ଅନ୍ୟତମ ସଫଳ କ୍ରିକେଟର ହେଉଛନ୍ତି ବିରାଟ କେହଲି । ତେବେ ସେ ଆଇପିଏଲରେ ପୁଣି ଥରେ ନିରାଶ ହୋଇଛନ୍ତି । ୨୦୦୮ରୁ ରୟାଲ ରୟାଲ ଚ୍ୟାଲଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଥିବା ବିରାଟ ଟ୍ରଫି ଜିତିବା ପାଇଁ ଯେଉଁ ସ୍ୱପ୍ନ ଦେଖୁଥିଲେ ତାହା ସୋମବାର ରାତିରେ ଚୁରମାର ହୋଇଯାଇଛି । ଆଇପିଏଲର ଏଲିମେନିଟର ମ୍ୟାଚରେ ରୟାଲ ଚ୍ୟାଲଞ୍ଚର୍ସ ବାଙ୍ଗାଲୋର ୪ ୱିକେଟରେ କଲିକାତା ନାଇଟ ରାଇଡର୍ସ ନିକଟରୁ ପରାଜିତ ହୋଇଛି ।

ଅଧିନାୟକ ବିରାଟ କୋହଲିଙ୍କ  ସ୍ୱପ୍ନ ଅଧୁିରା ରହିଥିବା ବେଳେ ଦଳର ଯାତ୍ରା ମଧ୍ୟ ଶେଷ ହୋଇଛି । ତେବେ ଏଠି ସବୁଠୁ ବଡ କଥା ହେଲା ବିରାଟ ଆଉ କେବେ ବି ଆିପିଏଲରେ ଟ୍ରଫି ଜିତାଇ ପାରିବେ ନାହିଁ । ପୂର୍ବରୁ ଚଳିତ ଆଇପିଏଲ ଅଧାରୁ ବିରାଟ ଟ୍ୱେଣ୍ଟି୨୦ ଟ୍ୱେଣ୍ଟି୨୦ ଅଧିନାୟକ ପଦ ଛାଡିବାକୁ ଘୋଷଣଣା କରିଥିଲେ । କୋହଲିଙ୍କ ନେତୃତ୍ୱରେ ଆରସିବି ସୋମବାର ଶେଷ ମ୍ୟାଚ ଖେଳିଥିଲା । କଲିକାତା ଠାରୁ ଶେଷ ମ୍ୟାଚ ହାରିବା ପରେ ବିରାଟ ଭାବବିହ୍ୱଳ ହୋଇଯାଇଥିଲେ । ବିରାଟ ୨୦୧୩ରେ ଡାନିଏଲ ଭେଟେରାଙ୍କୀଠାରୁ ପୂର୍ଣ୍ଣକାଳୀନ ଅଧିନାୟକ ଦାୟିତ୍ୱ ନେଇଥିଲେ । ୨୦୧୬ରେ ଆରସିବି ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦ ନିକଟରୁ ପରାଜିତ ହୋଇ ରନର୍ସଅପ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ