Masthead

ବିଜେଡି ଚାହୁଁଛି ନନ୍-ପାର୍ଟିସିପେଟୋରି ଫର୍ମୁଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମେଣ୍ଟ ଚର୍ଚ୍ଚା ଭିତରେ ବିଜେଡିର ସର୍ତ୍ତକୁ ନେଇ ଚର୍ଚ୍ଚା । ସରକାରରୁ ରାଜ୍ୟ ବିଜେପିକୁ ଦୂରେଇ ରଖିବାକୁ ବିଜେଡି ରଣନୀତି । ବିଜେଡି ଚାହୁଁଛି ନନ୍-ପାର୍ଟିସିପେଟୋରି ଫର୍ମୁଲା । ଉଭୟ ଦଳ ସଂଖ୍ୟା ସମର୍ଥନ କରିବେ ହେଲେ ମନ୍ତ୍ରୀ ପଦ ନେବେନି । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବେନି ବିଜେଡି ସାଂସଦ । ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବେନି ବିଜେପି ବିଧାୟକ । ଏଭଳି ସର୍ତ୍ତରେ ରାଜ୍ୟ ବିଜେପି ସମ୍ପୂର୍ଣ୍ଣ ଅସହମତ ଥିବା ସୂଚନା ।

୧୦୨/୪୫ରେ ଛିଡାଇବାକୁ ବିଜେଡର ଭରପୁର ଉଦ୍ୟମ । ବିଜେଡି ଶେଷ ଯାଏ ଉଦ୍ୟମ କରିଥିଲା । କିନ୍ତୁ ୧୦୫ ବିଧାୟକ ରଖିବ । ଆଉ ବିଜେପି ମଧ୍ୟ ଶେଷ ଯାଏ ଉଦ୍ୟମ କରିଥିଲା । କମସେ କମ ୬୦ ବିଧାନସଭା ଆସନ ଲଢିବ । ଶେଷ ସ୍ଥିତି ଯାହା ଜଣାପଡ଼ିଛି ୯୮/୪୯ର ଗୋଡିଏ ଚିତ୍ର ଛିଡ଼ିଥାନ୍ତା । କିନ୍ତୁ ହରିୟାଣା ମେଣ୍ଟ ଭାଙ୍ଗିବା ପରେ ବିଜେଡି ପାଇଁ ଗୋଟେ ସୁଯୋଗ ଆସିଗଲା ।

କାରଣ ବିଜେପି ଚାହିଁବ ନାହିଁ ହରିୟାଣା ମେଣ୍ଟ ଭାଙ୍ଗିଲା ପରେ ନବୀନ ପଟ୍ଟନାୟକଙ୍କ ସହ ଯେଉଁ ମେଣ୍ଟ ଆଲୋଚନା ଚାଲିଛି ତାହା ବି ରୋକି ହୋଇଯାଉ । ଏହି ମୌକାରେ ବିଜେଡି ନିଜର ଆଉ ୪ ବିଧାନସଭା ପ୍ରାର୍ଥୀ ବଢାଇବା ଦାବିକୁ ତୀବ୍ର କରିଛି । ଏଠୁ ୧୦୨ ଆସନରେ ଲଢିବାକୁ ଚାହୁଁଛି ବିଜେଡି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ