ବିଜେପି କଂଗ୍ରେସ ସେଟିଂ ଚାଲିଛି: ମମତା ବାନାର୍ଜୀ

କୋଲକାତା(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ଓ କଂଗ୍ରେସ ସମ୍ପର୍କ ବଢ଼ୁଥିବା କିଛି ଦିନ ତଳେ ଶୁଣିବାକୁ ମିଳୁଥିଲା । ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ସହ ସାକ୍ଷାତ ପରେ ଟିଏମସି ଓ କଂଗ୍ରେସ ଏକାଠି ଲଢ଼ିବେ ବୋଲି ଆଲୋଚନା ହେଉଥିଲା । ସେହିପରି ପ୍ରଶାନ୍ତ କିଶୋରଙ୍କ ଆଭିମୁଖ୍ୟ ବି କଂଗ୍ରେସ ଓ ଟିଏମସିକୁ ନେଇ ସ୍ପଷ୍ଟ ରହିଆସିଥିଲା । କିନ୍ତୁ ଏବେ ଏସବୁ ଅଙ୍କକୁ ଭୁଲ କରିଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ୱାନ ମ୍ୟାନ ଆର୍ମି ଭଳି ବିଜେପିକୁ ସବୁବେଳେ ଟାର୍ଗେଟ କରିଆସୁଥିବା ଦିଦି ଏବେ କଂଗ୍ରେସକୁ ଶାସକ ଦଳର ଟିମ ବୋଲି କହିଛନ୍ତି । କୋଲକାତାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ବିଜେପି ଓ କଂଗ୍ରେସ ମଧ୍ୟରେ ସେଟିଂ ହୋଇଛି । ଏହା କରିବା ସହ କଂଗ୍ରେସ ଦଳ ଲୋକମାନଙ୍କ ଭରଷା ବି ହରାଇସାରିଛନ୍ତି । କାଳିପୂଜା ଉଦଘାଟନୀ ଉତ୍ସବରେ ଯୋଗ ଦେଇ କଂଗ୍ରେସ ଉପରେ ଏଭଳି ବର୍ଷିଛନ୍ତି ଦିଦି । ମମତା ଆହୁରି ମଧ୍ୟ କହିଛନ୍ତି ଯେ, ଯେବେଠାରୁ ମୋଦି କ୍ଷମତାକୁ ଆସିଛନ୍ତି ସେବେଠୁ କଂଗ୍ରେସ କୌଣସି ବଡ଼ ଲଢ଼େଇ ଲଢ଼ିନାହିଁ ।

ନିର୍ବାଚନ ଆସିଲେ କଂଗ୍ରେସ କେବଳ ବଡ଼ ବଡ଼ କଥା କୁହେ କିନ୍ତୁ ସରକାରଙ୍କୁ ଘେରିବାକୁ କେବେ ବାହାରେ ନାହିଁ । ତୃଣମୂଳ ସରକାର ସବୁବେଳେ ବିଜେପିକୁ ବିରୋଧ କରି ଆସିଛି । ଯେଉଁ କାରଣରୁ ରାଜ୍ୟରେ ଟିଏମସିର ଲୋକପ୍ରିୟତା ବଢ଼ିବାରେ ଲାଗିଛି ।

ସେ କଂଗ୍ରେସକୁ ସମାଲୋଚନା କରିବା ସହ କହିଛନ୍ତି ଯେ, ‘ଦିନ ଥିଲା ମୁଁ ବି କଂଗ୍ରେସରେ ଥିଲି କିନ୍ତୁ ମୁଁ କାହିଁକି ଦଳ ଛାଡିଲି ? କାରଣ କଂଗ୍ରେସ ଧୋକା ଦେଲା । କଂଗ୍ରେସ ଜନତାଙ୍କ ସହିତ ମଧ୍ୟ ଧୋକାବାଜି କରିଛି ।’ ତେବେ କଂଗ୍ରେସକୁ ଏପରି କଡ଼ା ଭାଷାରେ ସମାଲୋଚନା କରିବା ପରେ କଂଗ୍ରେସ ଓ ଟିଏମସିର ସମ୍ପର୍କ ଆଗକୁ କ’ଣ ରହିବ ସେଥିରେ ମଧ୍ୟ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ