Before Header

ପୁଣି ତୈଳ ଦର ବୃଦ୍ଧି

0 14

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ପୁଣି ତୈଳ ଦର ବୃଦ୍ଧି ପାଇଛି । ସରକାରୀ ତୈଳ କମ୍ପାନୀଗୁଡ଼ିକ ଦ୍ୱାରା ପୁଣି ପେଟ୍ରେଲ ଏବଂ ଡିଜେଲ ଦର ବୃଦ୍ଧି କରାଯାଇଛି । ତେବେ ଡିଜେଲର ମୂଲ୍ୟ ୩୩ ରୁ ୩୭ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ୩୦ରୁ ୩୪ ପଇସା ବୃଦ୍ଧି ପାଇଛି । ସେପଟେ ଦେଶରେ ଦିନକୁ ଦିନ ତୈଳ ଦର ବଢିବାରେ ଲାଗିଛି । ଅନେକ ରାଜ୍ୟରେ ଏହାର ମୂଲ୍ୟ ୧୦୦ ଟଙ୍କା ପାର କରିଛି ।

ଅନ୍ୟପଟେ ନୂତନ ମୂଲ୍ୟ ଅନୁସାରେ ଦିଲ୍ଲୀରେ ପେଟ୍ରୋଲ ଦର ୧୦୫.୪୯ ଟଙ୍କା ଥିବାବେଳେ ଡିଜେଲର ଦର ଲିଟର ପିଛା ୯୩.୨୨ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୧୧୧.୪୩ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୧୦୨.୧୫ ଟଙ୍କାର ରହିଛି । କୋଲକାତାରେ ପେଟ୍ରୋଲର ମୂଲ୍ୟ ୧୦୬.୧୦ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୯୭.୩୩ ଟଙ୍କା ରହିଛି ।

Leave A Reply

Your email address will not be published.