Masthead

ମେଣ୍ଟକୁ ନେଇ ଜୁଏଲ କହିଲେ ଦ୍ୱନ୍ଦ ନାହିଁ, ନୃସିଂହ କହିଲେ ଖବର ନାହିଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ଏନେଇ ତାରିଖ ଘୋଷଣା ମଧ୍ୟ ହୋଇସାରିଛି । ହେଲେ ଓଡ଼ିଶାରେ ବିଜେପି-ବିଜେଡି ମଧ୍ୟରେ ମେଂଟ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ । ବିଜେପିର ରାଜ୍ୟ ନେତୃତ୍ୱ ସ୍ପଷ୍ଟ ଭାବେ ମେଂଟ ହେବ ନାହିଁ ବୋଲି କହିଆସୁଛନ୍ତି ।

ସେପଟେ ଗୃହମନ୍ତ୍ରୀ ଅମିତ ଶାହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀଙ୍କ ଏ ବିଷୟରେ ଆଲୋଚନା କରୁଥିବା କହିଛନ୍ତି । ହେଲେ ବିଜେଡି ପକ୍ଷରେ ଏନେଇ କୌଣସି ସ୍ପଷ୍ଟୀକରଣ ଆସୁନାହିଁ । ଏହାକୁ ନେଇ ଆଜି ସୁନ୍ଦରଗଡ଼ ସାଂସଦ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମ କହିଛନ୍ତି ଯେ ମେଂଟକୁ ନେଇ କୌଣସି ଦ୍ୱନ୍ଦ ନାହିଁ ।

ବିଜେପି କୋର କମିଟି ଓ ନିର୍ବାଚନ କମିଟି ଟିକେଟ କସରତ ପରେ କେନ୍ଦ୍ରକୁ ତାଲିକା ପଠାଯାଇଛି । କେନ୍ଦ୍ର ଏନେଇ ନିଷ୍ପତ୍ତି ନେବ । ସେପଟେ ମେଂଟ ବାବଦରେ ମତ ରଖିଛନ୍ତି ବରିଷ୍ଠ ବିଜେଡି ନେତା ନୃସିଂହ ସାହୁ । କହିଛନ୍ତି ମେଣ୍ଟ ବାବଦରେ ଆମ ପାଖରେ ଖବର ନାହିଁ । ସବୁ ଥର ଯେମିତି ମାନ୍ୟବର ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇ ଟିକେଟ ଦିଅନ୍ତି ସେଭଳି ଭାବରେ ଟିକେଟ ବଣ୍ଟନ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ