୧୭ ଆସନରେ ଲଢିବ ବିଜେପି, ୧୬ ଆସନରେ ଲଢିବ ନୀତୀଶଙ୍କ ଜେଡିୟୁ

ବିହାର (ବଡ଼ ଖବର ବ୍ୟୁରୋ): ସୋମବାର ଏନ୍‌ଡିଏ ମଧ୍ୟରେ ଆସନ ବୁଝାମଣା ହୋଇଯାଇଛି। ଚୁକ୍ତିନାମା ଅନୁଯାୟୀ ବିହାରର ୪୦ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୧୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ନୀତୀଶ କୁମାରଙ୍କ ଦଳ ଜନତା ଦଳ ୟୁନାଇଟେଡ(ଜେଡିୟୁ) ୧୬ଟି ଆସନରେ ନିର୍ବାଚନ ଲଢିବ। ଏପରିକି ଚିରାଗ ପାଶୱାନଙ୍କ ଏଲ୍‌ଜେପି (ଆର) ୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଚୂଡ଼ାନ୍ତ ହୋଇଛି। ଜିତନ ରାମ ମାଞ୍ଝିଙ୍କ ଦଳ ଗୋଟିଏ ଆସନରେ ନିର୍ବାଚନ ଲଢିବ।

ଉପେନ୍ଦ୍ର କୁଶୱାଙ୍କ ପାର୍ଟି ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାଙ୍କୁ ଗୋଟିଏ ଆସନ ଦିଆଯାଇଛି।ଚିରାଗ ପାସୱାନଙ୍କ ଦଳର ନେତା ରାଜୁ ତିୱାରୀ କହିଛନ୍ତି ଯେ, ବିଜେପି ଶୀର୍ଷ ନେତୃତ୍ୱଙ୍କ ସହ କଥାବାର୍ତ୍ତା ପରେ ଆମକୁ ୫ଟି ସିଟ୍ ମିଳିଛି । ତେବେ ସେ ଆଶ୍ୱସ୍ତ କରିଛନ୍ତି ଯେ, କେବଳ ୫ଟି ସିଟ୍ ନୁହେଁ, ବରଂ ଏନଡିଏ ସମସ୍ତ ୪୦ଟି ସିଟରେ ବିଜୟୀ ହେବ । ତା ସହ ଜେଡିୟୁ ନେତା ସଞ୍ଜୟ ଝା ଏବଂ ରାଜ୍ୟରେ ଉପ-ମୁଖ୍ୟମନ୍ତ୍ରୀ ଥିବା ସମ୍ରାଟ ଚୌଧୁରୀ ମଧ୍ୟ ଏନଡିଏ ୪୦ଟି ସିଟ୍ ଜିତିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ।

ବିହାରରେ ୭ଟି ଚରଣରେ ନିର୍ବାଚନ ହେବାକୁ ଅଛି । ୧୯ ଏପ୍ରିଲ ସହିତ ୨୬ ଏପ୍ରିଲ, ମେ ୭, ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ରେ ବିହାରରେ ଭୋଟ୍ ପଡିବାକୁ ଅଛି । ପ୍ରଥମ ଚରଣରେ ୪ଟି ସିଟ୍, ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ଚରଣରେ ୫ଟି ଲେଖାଏଁ ସିଟରେ ଭୋଟ୍ ପଡିିବ । ଏହାପରେ ଷଷ୍ଠ ଓ ସପ୍ତମ ଚରଣରେ ୮ଟି ଲେଖାଏଁ ସିଟରେ ଭୋଟ୍ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’