Masthead

ରାହୁଲଙ୍କ ପାଇଁ ପାକିସ୍ତାନରୁ ଆସିଲା ଆମ୍ବ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମ୍ବକୁ ନେଇ ଶାସକ ଦଳ ଓ ବିରୋଧୀ ଦଳଙ୍କ ମଧ୍ୟରେ ବାକ୍ ଯୁଦ୍ଧ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ଅନ୍ୟ ୭ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରିଛି ବିଜେପି । ବାଂଲାଦେଶରେ ଦଙ୍ଗା ନିଆଁ ଜଳୁଥିବାବେଳେ ପାକିସ୍ତାନ କିଛି ଭାରତ ଆଡକୁ ଢଳିବାକୁ ଚେଷ୍ଟା କରୁଛି । ବିଜେପିର କିଛି ଟାଣୁଆ ନେତା ଦାବି କରିଛନ୍ତି ଦିଲ୍ଲୀ ସ୍ଥିତ ପାକିସ୍ତାନର ହାଇ କମିଶନରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ୭ ଭାରତୀୟ ସାଂସଦ କପିଲ ଶିବଲ, ଶଶି ଥରୁର, ମୋହିବୁଲ୍ଲାହ ନଦବୀ, ଜିୟା ଉଲ ରହମାନ୍ ୱର୍କ, ଅଫଜାଲ ଅଂସାରୀ, ଇକାରା ହସନଙ୍କ ପାଖକୁ ପେଟି ପେଟି ପାକିସ୍ତାନ ଆମ୍ବ ପଠାହେଉଛି । ‘ପାକିସ୍ତାନ ହାଇ କମିଶନ ବଛା ବଛା କଂଗ୍ରେସ ସାଂସଦଙ୍କ ପାଖକୁ ଆମ୍ବ କାର୍ଟୁନ ପଠାଉଛନ୍ତି ।

ଏମାନଙ୍କୁ ହାଇକମିଶନରୁ ନିର୍ଦ୍ଦିଷ୍ଟ ଭାବେ କିଏ ଆମ୍ବ ପଠାଉଛି ତାହା ଜାଣିବା କଥା’ । କେନ୍ଦ୍ରମନ୍ତ୍ରୀ ଗିରିରାଜ ମଧ୍ୟ ଏକ୍ସରେ କଂଗ୍ରେସ ନେତା ତଥା ରାହୁଲ ଗାନ୍ଧୀଙ୍କୁ ଏନେଇ କଟାକ୍ଷ କରିଛନ୍ତି ।ରାହୁଲ ଓ ତାଙ୍କର କିଛି ଗ୍ୟାଙ୍ଗକୁ ପାକିସ୍ତାନ ପଠାଉଥିବା ଆମ୍ବ ଭାରି ସୁଆଦିଆ ଲାଗୁଛି । ଆମ୍ବ ଡିପ୍ଲୋମେସିରେ ପାକିସ୍ତାନ ସହିତ କୌଣସି ଚୁକ୍ତି ହୋଇଛି କି? ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି, ରାହୁଲ ଗାନ୍ଧି ପାକିସ୍ତାନର ଆମ୍ବ ସହ ତାଙ୍କୁ ଆଉ କ’ଣ କ’ଣ ଭଲ ଲାଗୁଛି କୁହନ୍ତୁ। ଆପଣ ମୋଦିଙ୍କୁ ହଟାଇବା ପାଇଁ ପାକିସ୍ତାନକୁ କିଛି ନୂଆ ଦାବି କରିବାକୁ ଯାଇଛନ୍ତି କି?

ପାକିସ୍ତାନ ଏବଂ କଂଗ୍ରେସ ମଧ୍ୟରେ କୌଣସି ଷଡଯନ୍ତ୍ର ଚାଲିଛି କି? ସେହିପରି ଏହାକୁ ନେଇ କଂଗ୍ରେସ ସାଂସଦଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ଅମିତ ମାଲବୀୟ। ସେ କହିଛନ୍ତି ‘ପାକିସ୍ତାନ ହାଇ କମିଶନ ବଛା ବଛା କଂଗ୍ରେସ ସାଂସଦଙ୍କ ପାଖକୁ ଆମ୍ବ କାର୍ଟୁନ ପଠାଉଛନ୍ତି। ଏମାନଙ୍କୁ ହାଇକମିଶନରୁ ନିର୍ଦ୍ଦିଷ୍ଟ ଭାବେ କିଏ ଆମ୍ବ ପଠାଉଛି ତାହା ଜାଣିବା କଥା’। ଅନ୍ୟ ବିଜେପି ନେତାମାନେ ମଧ୍ୟ ପାକିସ୍ତାନ ଦୂତାବାସରୁ ଆମ୍ବ ଆସିଥିବା ନେଇ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ଏ ସମ୍ପର୍କ କ’ଣ ବୋଲି ସେମାନେ ପ୍ରଶ୍ନ ପଚାରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ