Masthead

ଗିରଫ ହେଲେ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ବନ୍ଧାହେଲେ ମାଲକାନଗିରି ଜଳଛାୟା ପ୍ରକଳ୍ପର ଅଧିକାରୀ ଶାନ୍ତନୁ ମହାପାତ୍ର । ଭିଜିଲାନ୍ସ ରେଡ ବେଳେ ମିଳିଥିଲା କୋଟି କୋଟି ଟଙ୍କା ଶେଷରେ ଗିରଫ ହେଲେ କୋଟିପତି ସରକାରୀ ବାବୁ । ଶାନ୍ତନୁ ମହାପାତ୍ରଙ୍କ ସମେତ ୪ଜଣଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍ । ମାଲକାନଗିରି କୃଷି ବିଭାଗର ସହକାରୀ ଯନ୍ତ୍ରୀ ମୋହନ ମଣ୍ଡଳ, ଡାଟା ଏଣ୍ଟ୍ରି ଅପରେଟର ବିଶ୍ୱଜିତ ମଣ୍ଡଳ, ଚୁକ୍ତି ଭିତିକ କର୍ମଚାରୀ ଅମୀୟ କାନ୍ତ ସାହୁ ଏବଂ ଜନସେବା କେନ୍ଦ୍ର କର୍ମଚାରୀ ଅଲେଖ ଚନ୍ଦ୍ର ପ୍ରଧାନ ଗିରଫ । ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକଙ୍କ ଘରୁ କୋଟି କୋଟି ଟଙ୍କା ଜବତ ହେବା ଘଟଣା, ସବୁଠି ଚର୍ଚ୍ଚାର ବିଷୟ ହୋଇଛି ।

ଜଣେ ଅଧିକାରୀ ଏତେ ଟଙ୍କା କେମିତି ଓ କେଉଁଠୁ ଆଣିଲେ, ଘରେ କାହିଁକି ରଖିଥିଲେ ତାହା ଆଲୋଚନାର ବିଷୟ ହୋଇଛି। ଅନ୍ୟପଟେ ତଦନ୍ତ ଜାରି ରଖିଛନ୍ତି ଭିଜିଲାନ୍ସ । ସେପଟେ ସାମ୍ନାକୁ ଆସୁଛି ପ୍ରକଳ୍ପ ନିର୍ଦ୍ଦେଶକଙ୍କ କେଳେଙ୍କାରୀ । ଲେବରଙ୍କ ନାଁରେ କୋଟି କୋଟି ଚଳୁ । ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଦୁର୍ନୀତିର ଚେର ଏତେ ଲମ୍ବିଛି ଯେ, ଯେତେ ଖୋଳିଲେ ସେତେ ବାହାରୁଛି । ତଦନ୍ତ ବେଳେ ଜଣାପଡିଛି ସଂପୃକ୍ତ ଅଧିକାରୀ କର୍ମଚାରୀଙ୍କ ସହ ମିଶି ଆତ୍ମସାତ କରୁଥିଲେ ଟଙ୍କା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ