Masthead

ମମିତା ମେହେର ହତ୍ୟା ଘଟଣାରେ ରାଜନୀତି କରୁଛି ବିଜେପି: ବିଜେଡି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବିଜେଡିର ପ୍ରେସମିଟ । ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗକୁ ବିଜେପି ରାଜନୀତିର ରୂପରେଖ ଦେଉଛି ବୋଲି ଅଭିଯୋଗ କରିଛି ବିଜେଡି । ଏହାଛଡ଼ା ବିଜେଡି ପକ୍ଷରୁ ଏହାମଧ୍ୟ କୁହାଯାଇଛି ଯେ, ବିଜେପି ମହିଳା ମୋର୍ଚ୍ଚା ଶସ୍ତା ଓ ହୀନ ରାଜନୀତି କରୁଛି । ଥରେ ମାମଲା ରୁଜୁ ହେଲେ, ତଦନ୍ତ ଚାଲେ ।

ଜାଣିଶୁଣି ବିଜେପି ପୁଣି ମାମଲା ରୁଜୁ କରୁଛି । କାହା ଫେସ ମିଡିଆରେ କିଏ କେତେ ସମୟ ଦେଖାଯିବ, ସେମାନଙ୍କ ଭିତରେ ପ୍ରତିଯୋଗିତା ଚାଲିଛି । ସେଥିପାଇଁ ଗତକାଲି ସେମାନେ ଥାନାରେ ଠେଲାପେଲା ହେଉଥିଲେ । ବିଜେପି ଯେଉଁ ଅଭିଯୋଗ ଆଣୁଛି, ତାହାର ପ୍ରମାଣ ନାହିଁ । ତେବେ ଖାଲି ଟ୍ୱିଟ କରିଦେଲେ ଅଭିଯୋଗ ସତ ହୋଇଯିବନି । ହେଲେ ବିଜେପି ତଥ୍ୟ ପ୍ରମାଣ ଦେଇପାରୁନି ।

ଅଭିଯୁକ୍ତ ଧରା ପଡ଼ିଛି । ପୀଡ଼ିତାକୁ ନ୍ୟାୟ ମିଳୁ । ଅଭିଯୁକ୍ତ ଦଣ୍ଡ ପାଇବା ଆମର ମୂଳ ଲକ୍ଷ୍ୟ ବୋଲି କହିଛି ବିଜେଡି । ବିଜେପି ବିକ୍ଷୋଭ ପ୍ରଦର୍ଶନ କରି ସେ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ଭବିଷ୍ୟତ ଖରାପ କରୁଛି ବୋଲି କହିଛି ବିଜେଡି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ