Before Header

ନଭେମ୍ବର ୨୯ ରୁ ଶୀତ ଅଧିବେଶନ !

0 10

ନୂଆଦିଲ୍ଲୀ(ବଡ଼ ଖବର): ସଂସଦର ଶୀତ ଅଧିବେଶନ ନଭେମ୍ବର ଚତୁର୍ଥ ସପ୍ତାହରୁ ଆରମ୍ଭ ହେବ । କୋଭିଡ଼୍-୧୯ କଟକଣା ଅନୁସାରେ ଆରମ୍ଭ ହେବ ଅଧିବେଶନ । କରୋନା ପାଇଁ ଗତ ବର୍ଷ ଶୀତ ଅଧିବେଶନ ବନ୍ଦ ରହିଥିବା ବେଳେ ମୌସୁମୀ  ଅଧିବେଶନ କାଟଛାଣ୍ଟ ହୋଇଥିଲା ।

ତେବେ ସରକାରୀ ଭାବେ ଶୀତ ଅଧିବେଶନ ପାଇଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ । କିନ୍ତୁ ନଭେମ୍ବର ୨୯ ରୁ ଏହା ଆରମ୍ଭ ହୋଇ ଡିସେମ୍ବର ୨୩ରେ ଶେଷ ବୋଲି ବିଶେଷ ସୂତ୍ରରୁ ଜଣା ପଡିଛି । ତେବେ ଅଧିବେଶନରେ ୨୦ ଟି କାର୍ଯ୍ୟ ଦିବସ ରହିବା ସହ ଖ୍ରୀଷ୍ଟମାସ ପୂର୍ବରୁ ଶେଷ ବୋଲି ଜଣାପଡିଛି ।

ସୂଚାନୁସାରେ, ଅଧିବେଶନ ସମୟରେ ପାର୍ଲାମେଣ୍ଟ କମ୍ପେ୍ଲକ୍ସରେ ପ୍ରବେଶ କରୁଥିବା ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ କୋଭିଡ଼୍ ଗାଇଡଲାଇନ ଅନୁସରଣ କରିବାକୁ ହେବ ।

Leave A Reply

Your email address will not be published.