Masthead

ରାହୁଲ ଗାନ୍ଧୀ ଫାଉଣ୍ଡେସନକୁ ଟଙ୍କା କେଉଁଠୁ ଆସିଲା..ରବି ଶଙ୍କରଙ୍କ ପ୍ରଶ୍ନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲଦାଖ ଗସ୍ତକୁ ଟାର୍ଗେଟ କରିଛନ୍ତି ନେଇ ଭାରତୀୟ ଜନତା ଦଳର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ । ସେ କହିଛନ୍ତି, ରାହୁଲ ଯେଉଁଆଡେ ଯାଆନ୍ତି, ଭାରତକୁ ବଦନାମ କରିବା ତାଙ୍କ ଅଭ୍ୟାସ। ରାହୁଲ ଗାନ୍ଧୀ ବର୍ତ୍ତମାନ ଲଦାଖ ଗସ୍ତରେ ଅଛନ୍ତି। ରାହୁଲ କହିଛନ୍ତି ଯେ ସ୍ଥାନୀୟ ଲୋକ କହୁଛନ୍ତି ଚାଇନା ସେନା ଆମ ଜମି ଦଖଲ କରିଛନ୍ତି । ଯାହାକୁ ନେଇ ବିରୋଧୀ ଦଳ କଟାକ୍ଷ ଆରମ୍ଭ କରିଛନ୍ତି । ରାହୁଲଙ୍କ ,ହି ବିବୃତିକୁ ନେଇ ରବି ଶଙ୍କର କହିଛନ୍ତି ରାହୁଲ ଗାନ୍ଧୀ ଲଦାଖ ଯାଇଛନ୍ତି, ବହୁତ ବୁଲୁଛନ୍ତି, ମୋଟର ସାଇକେଲ ଚଳାଉଛନ୍ତି, କିନ୍ତୁ ତାଙ୍କ ପ୍ରକୃତି ହେଉଛି ଯେଉଁଆଡେ ଯାଆନ୍ତି, ଭାରତକୁ ବଦନାମ କରନ୍ତି।

ସେ ହୋମୱାର୍କ କରନ୍ତି ନାହିଁ କିମ୍ବା କିଛି ଜାଣନ୍ତି ନାହିଁ। ରାହୁଲ ଗାନ୍ଧୀ ଫାଉଣ୍ଡେସନକୁ ଟଙ୍କା କେଉଁଠୁ ଆସିଲା। ତୁମେ ମା’ଙ୍କ ସହିତ ଚାଇନା ଯାଇଥିଲ, ମୁଁ କହିବା ଆରମ୍ଭ କରିବା ଉଚିତ ହେବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ରବି ଶଙ୍କର ପ୍ରସାଦ ଆହୁରି କହିଛନ୍ତି ଯେ, ରାହୁଲ ଆଜି ଲଦାଖ ବିଷୟରେ କହୁଛନ୍ତି, କିନ୍ତୁ ତାଙ୍କ ସରକାର ଲଦାଖରୁ ଅରୁଣାଚଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରୁ ନ ଥିଲେ, କାରଣ ଚାଇନା ରାଗିଯିବାର ଭୟ ଥିଲା। ଆଜି ପ୍ରଧାନମନ୍ତ୍ରୀ ମୋଦି ସେହି ମାର୍ଗରେ ବଡ଼ ରାଜପଥ ନିର୍ମାଣ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା