Masthead

ସ୍ୱାମୀ ସ୍ତ୍ରୀ କଳହ କୁ ନେଇ ସନ୍ଧେହ ଜନକ ମୃତ୍ୟ

ନିର୍ଯ୍ୟାତନା ଯୁକ୍ତ ମୃତ୍ୟ ଅଭିଯୋଗ ଆଣିଲେ ପରିବାର ଲୋକେ

ଭଞ୍ଜନଗର(ବଡଖବର ବ୍ୟୁରୋ):ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସାନବଦାଙ୍ଗି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସ୍ୱାମୀ ସ୍ତ୍ରୀ କଳହ ରୁ ସ୍ତ୍ରୀ ର ସନ୍ଧେହ ଜନକ ମୃତ୍ୟୁ। ମୃତକ ଜଣକ ହେଲେ ରିଙ୍କି ବେହେରା। ରିଙ୍କି ବିଗତ ୫ ବର୍ଷ ତଳେ ରାଧାକାନ୍ତ ବେହେରା ଙ୍କୁ ବିବାହ କରିଥିଲେ। ସ୍ୱାମୀ ସ୍ତ୍ରୀଙ୍କ ମନମାଳିନ୍ୟ ଯୋଗୁ ଅନେକ ସମୟ ରେ କଳହ ଲାଗିରହିଥିଲା ।

ଗତକାଲି ସନ୍ଧ୍ୟା ସମୟରେ ଗୁରୁତର ଅବସ୍ଥାରେ ସ୍ୱାମୀ ରିଙ୍କିଙ୍କୁ ମେଡିକାଲ ରେ ଭର୍ତ୍ତି କରିଥିଲେ। ଖବର ପାଇ ରିଙ୍କିଙ୍କ ଭାଇ ଶିଶିର ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଥିଲେ । ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଶାଶୁ ଘର ଲୋକ କହୁଥିବା ବେଳେ ଭାଇ ନିର୍ଯ୍ୟାତନା ଯୁକ୍ତ ମୃତ୍ୟ ବୋଲି ଥାନା ରେ ଅଭିଯୋଗ କରିଛନ୍ତି।

ଏନେଇ ସ୍ୱାମୀ ରାଧାକାନ୍ତ ବେହେରା ଙ୍କୁ ସୋରଡା ପୋଲିସ ଅଟକ ରଖିବା ସହିତ ଘଟଣା ର ଅଧିକ ତଦନ୍ତ ଚଳାଇଛି ଏବଂ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଛି। ଅନ୍ୟ ପଟେ ଘଟଣା ର ୧୨ ଘଣ୍ଟା ପରେ ମଧ୍ୟ ସରକାରୀ ଡାକ୍ତରଖାନା ରେ ଉପଯୁକ୍ତ ସୁବିଧା ଅଭାବ ଓ ଡାକ୍ତର ଙ୍କ ଅବହେଳାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା