ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟସଭା ନିର୍ବାଚନର ମତଦାନକୁ ଆଉମାତ୍ର କିଛି ଘଣ୍ଟା ବାକି ଅଛି । ଗୋଟିଏ ଆସନକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛି । ତିନିଟି ଯାକ ରାଜନୈତିକ ଦଳର ଶୀର୍ଷ ସ୍ତରରେ ରଣନୀତି ପ୍ରସ୍ତୁତି ଚାଲିଛି । ବିଧାୟକମାନଙ୍କୁ ଏକଜୁଟ୍ କରି ରଖିବା ଦୁଇ ମୁଖ୍ୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପାଇଁ କାଠିକର ପାଠ ହୋଇଗଲାଣି । ନିର୍ଦ୍ଦିଷ୍ଟ କିଛି ବିଧାୟକ ଦୁଇ ଦଳର ଟେନସନ୍ ବଢ଼ାଇ ଦେଇଛନ୍ତି । ସେପଟେ ପାରାଦୀପରେ ଥିବା ବିଜେପି ବିଧାୟକମାନେ ପାରାଦୀପରୁ ବାହାରି ଭୁବନେଶ୍ବରରେ ଅଭିମୁଖେ ବାହାରିଛନ୍ତି ।
ଭୁବନେଶ୍ବରରେ ପହଂଚିବା ପରେ ବିଧାନସଭା ଯାଇ ଭୋଟ ଦେବେ । ଦୁଇ ଦିନ ଧରି ପାରାଦୀପରେ ଏକ ହୋଟେଲରେ ଥିଲେ ବିଜେପିର ୭୦ରୁ ଅଧିକ ବିଧାୟକ । କ୍ରସ ଭୋଟିଂ ଭୟ ଭିତରେ ପାରାଦୀପ ଯାଇଥିଲେ ବିଧାୟକ । ୩ଟି ସ୍ବତନ୍ତ୍ର ବସରେ ରାଜ୍ୟ କାର୍ୟ୍ୟାଳୟରୁ ସିଧା ପାରାଦୀପ ଯାଇଥିଲେ ବିଧାୟକ । ରାଜ୍ୟସଭା ନିର୍ବାଚନ ପୂର୍ବରୁ ନିଜ ନିଜ ଦଳର ବିଧାୟକଙ୍କୁ ଏକଜୁଟ କରିବାକୁ ପ୍ରୟାସ ଜାରି ରହିଛି ।
