Masthead

କେମିତି ଥିଲା ଷୋଡଶ ବିଧାନସଭା? 

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ୨୦୧୯  ନିର୍ବାଚନ ସରିଲା ପରେ ୧୪୭ ଆସନରୁ ବିଜେଡି ୧୧୨ ଜିତିଥିଲା । ବିଜେପି ୨୩ କଂଗ୍ରେସ ୯ ସିପିଏମ ଗୋଟାଏ ସ୍ୱାଧୀନ ପ୍ରାର୍ଥୀ ଗୋଟାଏ ଜିତିଥିଲା । ଏହି ବିଧାନସଭାରେ ଯେଉଁମାନେ  ଜିତି କି ଆସିଥିଲେ ବିଧାନସଭା ହେଉ ହେଉ କୋଭିଡ଼ ଆସିଥିଲା । ଏହି ବିଧାନସଭା ସବୁଠୁ ଦୁଃଖଦ କଥା ହେଲା ଅନେକ ବିଧାୟକଙ୍କ ପରଲୋକ ହୋଇଥିଲା । ଯେଉଁଥି ପାଇଁ ବାଇ-ଇଲେକ୍ସନ ହୋଇଥିଲା ।

ପ୍ରଦୀପ ମହାରଥୀଙ୍କଠୁ ନେଇ ବିଷ୍ଣୁ ଦାସ , ବିଷ୍ଣୁ ସେଠୀ, ମଦନ ମୋହନ ଦତ୍ତ, ନବ ଦାସ, କିଶୋର ମହାନ୍ତି, ବିଜୟ ରଞ୍ଜନ ସିଂ ବରିହା , ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ହୋଇଛି । ଏହି ବିଧାନସଭା ବେଳେ ତିନି ତିନି ଜଣ ବାଚସ୍ପତି ହୋଇଛିନ୍ତି । ସୂର୍ଯ୍ୟନାରାୟଣ ପାତ୍ର, ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ । ଏହି ବିଧାନସଭାରେ କୌଣସି ବର୍ଷ ନିର୍ଦ୍ଧାରିତ ୬୦ ଦିନରୁ  ଅଧିକ ଅଧିବେଶନ  ଚାଲିପାରିନାହିଁ । ସବୁ ଥର ବିଜ୍ଞପ୍ତି ବାହାରେ । କିନ୍ତୁ  ସରକାରୀ କାର୍ଯ୍ୟ ନାହିଁ  କହି ୬୦ ଦିନରୁ କମ୍ ଦିନ ଚାଲେ । ବର୍ଷରେ ତିନୋଟି ଅଧିବେଶନ ମିଶି  କମ ସେ କମ ୬୦ ଦିନ ଚାଲିବା କଥା କୋଉ ବର୍ଷ ମଧ୍ୟ ଚାଲି ନାହିଁ ।

ଏହି ବିଧାନସଭା ବେଳ ବିରୋଧୀ ଗୋଟେ ରାତି ବିଧାନସଭା ଭିତରେ ଧାରଣା ଦେଇଛନ୍ତି । ସେତେବେଳେ ପ୍ରଦୀପ୍ତ ନାୟକ ବିରୋଧୀ ଦଳ ବିଧାୟକ ନେତା ଥିଲେ । ବିଷ୍ଣୁ ସେଠୀ ଓ ମୋହନ ମାଝୀଙ୍କ ନିଲମ୍ବନ ପ୍ରତିବାଦରେ । ପରବର୍ତ୍ତୀ ସମୟରେ ମଧ୍ୟ ମୋହନ ମାଝୀ ମୁକେଶ ମହାଲିଙ୍ଗ ନିଲମ୍ବିତ ହୋଇଛନ୍ତି । ସେଥିପାଇଁ ଧାରଣା ଦେଇଥିଲେ । କିନ୍ତୁ ରାତି ସାରା ନୁହେଁ । ଏହି ବିଧାନସଭାରେ ଦୁଇ ଜଣ ବିରୋଧୀ ଦଳ ନେତା ହେଲେ । ପ୍ରଦୀପ୍ତ ନାୟକ ଆଉ ଜୟନାରାୟଣ ମିଶ୍ର । ପ୍ରଦୀପ୍ତ ନାୟକଙ୍କ ଦେହ ଖରାପ ହେବା ପରେ ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା