Masthead

ଏଗଜିଟ ପୋଲ: ରାଜ୍ୟରେ କାହାକୁ ମିଳିବ କେତେ ସିଟ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରିଲା ଶେଷ ପର୍ଯ୍ୟାୟ ନିର୍ବାଚନ । କାହାକୁ ମିଳିବ କେତେ ଆସନ? ନେତାଙ୍କ ଭାଗ୍ୟ ହୋଇସାରିଛି ଲକ୍ । ଜୁନ ୪ରେ ହେବ ଅନଲକ୍ । କିଏ ଗଢ଼ିବ ସରକାର? କାହାର ପଲା ରହିବ ଭାରି । କେନ୍ଦ୍ରରେ ମୋଦି ନା ଆଉ କିଏ? ରାଜ୍ୟରେ ଷଷ୍ଠ ଥର ପାଇଁ ନବୀନ ଧରିବେ କି ମଙ୍ଗ ? ଜୁନ୍ ୪ ଭୋଟ ଗଣତି ପରେ ହୋଇଯିବ ଫଇସଲା । ତେବେ ଏହି ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ ଦେଖିବାକୁ ମିଳିବ କାଣ୍ଟେକା ଟକ୍କର।

ଏଗଜିଟ ପୋଲ ରିପୋର୍ଟରେ ବିଜେପି ଓଡ଼ିଶା ବିଧାନସଭାରେ ଚମକାଇ ଦେବା ଭଳି ରେଜଲ୍ଟ କରିବ। ୧୪୭ ବିଧାନସଭା ଆସନରୁ ଦଳ ୬୨ରୁ ୮୦ଟି ଆସନ ଜିତିବାର ସମ୍ଭାବନା ଥିବା ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଦାବି କରିଛି। ସେହିପରି ନବୀନ ପଟନାୟକଙ୍କ ବିଜେଡି ମଧ୍ୟ ୬୨ରୁ ୮୦ ଆସନ ପାଇପାରେ। କଂଗ୍ରେସକୁ ଏହି ସଂସ୍ଥା ୫ରୁ ୮ଟି ଆସନ ଦେଇଛି। ଯଦି ଏକଜିଟ ପୋଲ ସର୍ଭେ ଠିକ ହୁଏ, ତା’ହେଲେ ରାଜ୍ୟରେ ରୋମାଞ୍ଚକର ସ୍ଥିତି ସୃଷ୍ଟି ହେବ। ଏପରି କି ଓଡ଼ିଶାରେ ଝୁଲା ବିଧାନସଭା ମଧ୍ୟ ଦେଖିବାକୁ ମିଳିପାରେ।

ସେହିପରି ୨୦୦୪ ପରେ ବିଜେଡି ରାଜ୍ୟରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇବାରୁ ବଞ୍ଚିତ ହେବ। ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର କହିଛି ଯେ ବିଜେପି ଓ ବିଜେଡିର ଭୋଟ ପ୍ରତିଶତ ସମାନ ୪୨% ଲେଖାଏ ରହିବ। କଂଗ୍ରେସ ୧୨% ଭୋଟ ପାଇପାରେ। ସେପଟେ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ଏକାକୀ ୧୧୨ଟି ଆସନ ଜିତିଥିବା ବେଳେ ବିଜେପି ମାତ୍ର ୨୩ଟି ଓ କଂଗ୍ରେସ ଖାତାକୁ ୯ଟି ଆସନ ଯାଇଥିଲା। ତେବେ ୨୦୨୪ରେ କାହା ଖାତାକୁ ଯାଉଛି କେତେ ଆସନ ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା