Masthead

ଏଗଜିଟ ପୋଲ: ରାଜ୍ୟରେ କାହାକୁ ମିଳିବ କେତେ ସିଟ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରିଲା ଶେଷ ପର୍ଯ୍ୟାୟ ନିର୍ବାଚନ । କାହାକୁ ମିଳିବ କେତେ ଆସନ? ନେତାଙ୍କ ଭାଗ୍ୟ ହୋଇସାରିଛି ଲକ୍ । ଜୁନ ୪ରେ ହେବ ଅନଲକ୍ । କିଏ ଗଢ଼ିବ ସରକାର? କାହାର ପଲା ରହିବ ଭାରି । କେନ୍ଦ୍ରରେ ମୋଦି ନା ଆଉ କିଏ? ରାଜ୍ୟରେ ଷଷ୍ଠ ଥର ପାଇଁ ନବୀନ ଧରିବେ କି ମଙ୍ଗ ? ଜୁନ୍ ୪ ଭୋଟ ଗଣତି ପରେ ହୋଇଯିବ ଫଇସଲା । ତେବେ ଏହି ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ ଦେଖିବାକୁ ମିଳିବ କାଣ୍ଟେକା ଟକ୍କର।

ଏଗଜିଟ ପୋଲ ରିପୋର୍ଟରେ ବିଜେପି ଓଡ଼ିଶା ବିଧାନସଭାରେ ଚମକାଇ ଦେବା ଭଳି ରେଜଲ୍ଟ କରିବ। ୧୪୭ ବିଧାନସଭା ଆସନରୁ ଦଳ ୬୨ରୁ ୮୦ଟି ଆସନ ଜିତିବାର ସମ୍ଭାବନା ଥିବା ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଦାବି କରିଛି। ସେହିପରି ନବୀନ ପଟନାୟକଙ୍କ ବିଜେଡି ମଧ୍ୟ ୬୨ରୁ ୮୦ ଆସନ ପାଇପାରେ। କଂଗ୍ରେସକୁ ଏହି ସଂସ୍ଥା ୫ରୁ ୮ଟି ଆସନ ଦେଇଛି। ଯଦି ଏକଜିଟ ପୋଲ ସର୍ଭେ ଠିକ ହୁଏ, ତା’ହେଲେ ରାଜ୍ୟରେ ରୋମାଞ୍ଚକର ସ୍ଥିତି ସୃଷ୍ଟି ହେବ। ଏପରି କି ଓଡ଼ିଶାରେ ଝୁଲା ବିଧାନସଭା ମଧ୍ୟ ଦେଖିବାକୁ ମିଳିପାରେ।

ସେହିପରି ୨୦୦୪ ପରେ ବିଜେଡି ରାଜ୍ୟରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇବାରୁ ବଞ୍ଚିତ ହେବ। ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର କହିଛି ଯେ ବିଜେପି ଓ ବିଜେଡିର ଭୋଟ ପ୍ରତିଶତ ସମାନ ୪୨% ଲେଖାଏ ରହିବ। କଂଗ୍ରେସ ୧୨% ଭୋଟ ପାଇପାରେ। ସେପଟେ ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ଏକାକୀ ୧୧୨ଟି ଆସନ ଜିତିଥିବା ବେଳେ ବିଜେପି ମାତ୍ର ୨୩ଟି ଓ କଂଗ୍ରେସ ଖାତାକୁ ୯ଟି ଆସନ ଯାଇଥିଲା। ତେବେ ୨୦୨୪ରେ କାହା ଖାତାକୁ ଯାଉଛି କେତେ ଆସନ ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ