ଶଯ୍ୟାରେ ଜୀବନ

ରାଇଘର (ବଡ଼ ଖବର ବ୍ୟୁରୋ): ୧୮ ବର୍ଷୀୟା ଶୀଲା । ବାଲ୍ୟରୁ ଦିବ୍ୟାଙ୍ଗ । ଶାରୀରିକ ଓ ମାନସିକ ଭାବରେ ରୋଗଗ୍ରସ୍ତ । । ଶୀଲାଙ୍କ ଅବସ୍ଥା ଯିଏ ଦେଖିବ, ତା’ ଆଖିରୁ ଲୁହ ଝରିପଡିବ । ଗୋଡ଼ରେ ଛିଡା ହବାକୁ ବି ବଳ ନାହିଁ । ପ୍ରାୟତଃ ଶୀଲାଙ୍କ ଜୀବନ ବିଛଣାରେ ହିଁ କଟୁଛି ।

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କେବିକଙ୍ଗା ଡି ଏନ କେ ଗାଁର ନିବେସ ବାରଇ ଓ ସୁଜାତା ବାରଇଙ୍କ ଏକମାତ୍ର ଝିଅ ଶୀଲା । ବହୁ ଚେଷ୍ଟା ପରେ ମଧ୍ୟ ଝିଅର କୌଣସି ପରିବର୍ତ୍ତନ ଆସିପାରି ନାହିଁ । ଝିଅର ଚିକିତ୍ସା ପାଇଁ ସ୍ୱଳ୍ପ ଜମିବାଡି ବନ୍ଧା ପକାଇ ହସ୍ପିଟାଲରୁ ହସ୍ପିଟାଲ ବୁଲାଇଲେ । କିନ୍ତୁ ଝିଅର ସ୍ୱାସ୍ଥ୍ୟରେ କିଛି ଉନ୍ନତି ହେଲା ନାହିଁ । ନିଜ ପାଖରେ ଥିବା ସମସ୍ତ ସମ୍ବଳ ଝିଅର ଆରୋଗ୍ୟ ପାଇଁ ଖର୍ଚ୍ଚ କଲେ । ଏବେ କିନ୍ତୁ ସ୍ଥିତି ଖରାପ ହୋଇପଡିଛି । ଦିନ ମଜୁରିଆ ଭାବରେ କାମ କରି ଯାହା କିଛି ବି ଉପାର୍ଜନ କରନ୍ତି, ଝିଅର ନିୟମିତ ଔଷଧକୁ ନିଅଣ୍ଟ । ଘର ଚଳେଉବା ବି କଷ୍ଟକର ହୋଇପଡିଛି । ଅତ୍ୟନ୍ତ ଦୟନୀୟ ଭାବରେ ଜୀବନଯାପନ କରୁଛନ୍ତି ଶୀଲା ଓ ତାଙ୍କ ବାପା-ମା’ ।

ଅନ୍ୟପଟେ ପ୍ରଶାସନ ପାଖରେ ହାରିଗୁହାରି କରି ଥକିଗଲେଣି ନିବେସ । ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । କଲେକ୍ଟର ଅଫିସ, ବ୍ଲକ କାର୍ୟ୍ୟାଳୟ, ପଞ୍ଚାୟତ ସବୁଠି ନିଜ ଦୁଃଖ ଜଣାଇଛନ୍ତି । ସରପଞ୍ଚ, ବିଡିଓ, ବ୍ଲକ ଅଧ୍ୟକ୍ଷ ସମସ୍ତଙ୍କୁ ଝିଅର ଚିକିତ୍ସା ପାଇଁ ନିବେଦନ କରିଛନ୍ତି । ପ୍ରତିଶ୍ରୁତି ଉପରେ ମିଳିଛି ପ୍ରତିଶ୍ରୁତି । ହେଲେ ଶୀଲାଙ୍କ ଦୁଃଖ ଓ ବାପା-ମା’ଙ୍କ ଯନ୍ତ୍ରଣାକୁ କେହି ବୁଝିପାରିନାହାନ୍ତି ।
ପଲିଥିନ ବନ୍ଧା ଚାଳ ଛପର ଘରେ ରୁହନ୍ତି ନିବାସ । ବର୍ଷାଦିନରେ ଘର ଭିତରେ ପାଣି ହିଁ ପାଣି । ଉଭୟ ଦମ୍ପତି ଦିନ ମଜୁରିଆ ଭାବରେ କାମକରି ଝିଅ ଶୀଲାଙ୍କ ସହ ଦିନ କାଟନ୍ତି । ଏବେ କିନ୍ତୁ ଭାଙ୍ଗି ପଡିଛନ୍ତି । ଟଙ୍କା ଅଭାବରୁ ଝିଅର ଚିକିତ୍ସା କରିପାରୁନାହାନ୍ତି । ପ୍ରଶାସନର ସହାୟତାକୁ ଅପେକ୍ଷା କରିଛନ୍ତି । ଏହାସହ କେହି ଉଦାରବ୍ୟକ୍ତି ଯଦି ସହଯୋଗର ହାତ ବଢାନ୍ତି ତେବେ ଅସହାୟ ପରିବାରର କିଛି ଦୁଃଖ ହୂର ହୋଇପାରନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ