Masthead

ଶଯ୍ୟାରେ ଜୀବନ

ରାଇଘର (ବଡ଼ ଖବର ବ୍ୟୁରୋ): ୧୮ ବର୍ଷୀୟା ଶୀଲା । ବାଲ୍ୟରୁ ଦିବ୍ୟାଙ୍ଗ । ଶାରୀରିକ ଓ ମାନସିକ ଭାବରେ ରୋଗଗ୍ରସ୍ତ । । ଶୀଲାଙ୍କ ଅବସ୍ଥା ଯିଏ ଦେଖିବ, ତା’ ଆଖିରୁ ଲୁହ ଝରିପଡିବ । ଗୋଡ଼ରେ ଛିଡା ହବାକୁ ବି ବଳ ନାହିଁ । ପ୍ରାୟତଃ ଶୀଲାଙ୍କ ଜୀବନ ବିଛଣାରେ ହିଁ କଟୁଛି ।

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କେବିକଙ୍ଗା ଡି ଏନ କେ ଗାଁର ନିବେସ ବାରଇ ଓ ସୁଜାତା ବାରଇଙ୍କ ଏକମାତ୍ର ଝିଅ ଶୀଲା । ବହୁ ଚେଷ୍ଟା ପରେ ମଧ୍ୟ ଝିଅର କୌଣସି ପରିବର୍ତ୍ତନ ଆସିପାରି ନାହିଁ । ଝିଅର ଚିକିତ୍ସା ପାଇଁ ସ୍ୱଳ୍ପ ଜମିବାଡି ବନ୍ଧା ପକାଇ ହସ୍ପିଟାଲରୁ ହସ୍ପିଟାଲ ବୁଲାଇଲେ । କିନ୍ତୁ ଝିଅର ସ୍ୱାସ୍ଥ୍ୟରେ କିଛି ଉନ୍ନତି ହେଲା ନାହିଁ । ନିଜ ପାଖରେ ଥିବା ସମସ୍ତ ସମ୍ବଳ ଝିଅର ଆରୋଗ୍ୟ ପାଇଁ ଖର୍ଚ୍ଚ କଲେ । ଏବେ କିନ୍ତୁ ସ୍ଥିତି ଖରାପ ହୋଇପଡିଛି । ଦିନ ମଜୁରିଆ ଭାବରେ କାମ କରି ଯାହା କିଛି ବି ଉପାର୍ଜନ କରନ୍ତି, ଝିଅର ନିୟମିତ ଔଷଧକୁ ନିଅଣ୍ଟ । ଘର ଚଳେଉବା ବି କଷ୍ଟକର ହୋଇପଡିଛି । ଅତ୍ୟନ୍ତ ଦୟନୀୟ ଭାବରେ ଜୀବନଯାପନ କରୁଛନ୍ତି ଶୀଲା ଓ ତାଙ୍କ ବାପା-ମା’ ।

ଅନ୍ୟପଟେ ପ୍ରଶାସନ ପାଖରେ ହାରିଗୁହାରି କରି ଥକିଗଲେଣି ନିବେସ । ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । କଲେକ୍ଟର ଅଫିସ, ବ୍ଲକ କାର୍ୟ୍ୟାଳୟ, ପଞ୍ଚାୟତ ସବୁଠି ନିଜ ଦୁଃଖ ଜଣାଇଛନ୍ତି । ସରପଞ୍ଚ, ବିଡିଓ, ବ୍ଲକ ଅଧ୍ୟକ୍ଷ ସମସ୍ତଙ୍କୁ ଝିଅର ଚିକିତ୍ସା ପାଇଁ ନିବେଦନ କରିଛନ୍ତି । ପ୍ରତିଶ୍ରୁତି ଉପରେ ମିଳିଛି ପ୍ରତିଶ୍ରୁତି । ହେଲେ ଶୀଲାଙ୍କ ଦୁଃଖ ଓ ବାପା-ମା’ଙ୍କ ଯନ୍ତ୍ରଣାକୁ କେହି ବୁଝିପାରିନାହାନ୍ତି ।
ପଲିଥିନ ବନ୍ଧା ଚାଳ ଛପର ଘରେ ରୁହନ୍ତି ନିବାସ । ବର୍ଷାଦିନରେ ଘର ଭିତରେ ପାଣି ହିଁ ପାଣି । ଉଭୟ ଦମ୍ପତି ଦିନ ମଜୁରିଆ ଭାବରେ କାମକରି ଝିଅ ଶୀଲାଙ୍କ ସହ ଦିନ କାଟନ୍ତି । ଏବେ କିନ୍ତୁ ଭାଙ୍ଗି ପଡିଛନ୍ତି । ଟଙ୍କା ଅଭାବରୁ ଝିଅର ଚିକିତ୍ସା କରିପାରୁନାହାନ୍ତି । ପ୍ରଶାସନର ସହାୟତାକୁ ଅପେକ୍ଷା କରିଛନ୍ତି । ଏହାସହ କେହି ଉଦାରବ୍ୟକ୍ତି ଯଦି ସହଯୋଗର ହାତ ବଢାନ୍ତି ତେବେ ଅସହାୟ ପରିବାରର କିଛି ଦୁଃଖ ହୂର ହୋଇପାରନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ