ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ଭାଷଣ ବେଳେ ଜୋରଦାର ବିସ୍ଫୋରଣ । ଜାପାନର ବାକାୟାମ୍ରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିସ୍ଫୋରଣ ଘଟିଥିଲା । ସେହି କାର୍ଯ୍ୟକ୍ରମରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଯୋଗଦେଇଥିଲେ । ସେ ଭାଷଣ ଦେବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ସୌଭାଗ୍ୟବସତଃ ପ୍ରଧାନମନ୍ତ୍ରୀଙ୍କର କୌଣସି କ୍ଷତି ହୋଇଥିବା ସୂଚନା ନାହିଁ । ତାଙ୍କୁ ତୁରନ୍ତ ସେଠାରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ।
ସନ୍ଦିଗ୍ଧ ଆକ୍ରମଣକାରୀକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ୱାକାୟାମା ସ୍ଥିତ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ବାସଭବନରେ କାର୍ଯ୍ୟକ୍ରମ ବେଳେ ଏହି ଅଘଟଣ ଘଟିଛି । ପ୍ରଧାନମନ୍ତ୍ରୀ ଭାଷଣ ଦେବାବେଳେ ସ୍ମୋକ ବୋମା ସାହାଯ୍ୟରେ ଆକ୍ରମଣ କରାଯାଇଥିଲା । ‘ଦ ଜାପାନ ଟାଇମ୍ସ’ ମୁତାବକ ଫୁମିଓ କିସିଦା ଭାଷଣ ଆରମ୍ଭ କରିବାମାତ୍ରେ ଏହି ଆକ୍ରମଣ କରାଯାଇଥିଲା । ସ୍ମୋକ ବୋମା ଫିଙ୍ଗାଯିବା ପରେ ସେଠାରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା ।