ରାଜ୍ୟରେ ମଦ ବନ୍ଦ କିନ୍ତୁ ହେଉଛି ମଦ ମୃତ୍ୟୁ

ପାଟନା(ବଡ଼ ଖବର ବ୍ୟୁରୋ): ବିହାରରେ ମଦ ବନ୍ଦ । କିନ୍ତୁ ରାଜ୍ୟରେ ମଦମୃତ୍ୟୁ । ବିହାରରେ ମଦ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିବା ବେଳେ ବିଷାକ୍ତ ମଦ ପିଇ ପୁଣି ଥରେ ଅନେକ ପରିବାର ଉଜୁଡ଼ି ଯାଇଛି । ଦୀପାବଳିରେ ଗୋପାଳଗଞ୍ଜ ଓ ବେତିୟାରେ ବିଷାକ୍ତ ମଦ ପିଇ ୩୨ ଜଣଙ୍କର ମୃତ୍ୟୁ ହୋଇଛି । ଗୋପାଳଗଞ୍ଜରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବେତିୟାରେ ୧୧ ଜଣଙ୍କ ଜୀବନ ନେଇଛି ବିଷାକ୍ତ ମଦ ।

କେତେକଙ୍କ ଦୃଷ୍ଟି ଶକ୍ତି ଚାଲି ଯାଇଛି । ଏହା ପୂର୍ବରୁ ଗତ ସପ୍ତାହରେ ମୁଜଫରପୁରରେ ମଦ ପିଇ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ମଦ ମୃତ୍ୟୁକୁ ନେଇ ତେଜସ୍ୱୀ ଯାଦବ, ନୀତିଶ ସରକାରକୁ ଟାର୍ଗେଟ୍ କରିଛନ୍ତି । ମଦ ମୃତ୍ୟୁ ପାଇଁ ନୀତିଶଙ୍କୁ ଦାୟୀ କରିଛନ୍ତି ତେଜସ୍ୱୀ ।

ତେଜସ୍ୱୀ ଟ୍ୱିଟ୍ କରି ଲେଖିଛନ୍ତି ‘ବିଷାକ୍ତ ମଦ ପିଇ ବିହାରରେ ଦୀପାବଳି ଦିନ ସରକାରଙ୍କ ଦ୍ୱାରା ୩୫ରୁ ଅଧିକ ଜଣଙ୍କୁ ମାରି ଦିଆଯାଇଛି । କେବଳ କାଗଜରେ ବିହାରରେ ମଦ ବ୍ୟାନ ହୋଇଛି । ବେଳେ ପ୍ରକୃତରେ ଖୁଲମଖୁଲା ମଦ ବିକ୍ରି କରାଯାଉଛି ।’ ଅନ୍ୟପଟେ ମଦ ମୃତ୍ୟୁକୁ ନେଇ ବେଫିକର ପ୍ରତିକ୍ରିୟା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶ କହିଛନ୍ତି, ‘ଖରାପ ଜିନିଷ ପିଇଲେ, ଏମିତି ହେବ । ଯେତେ ମନା କଲା ପରେ ବି ପିଉଛନ୍ତି ।

୨୦୧୬ରୁ ବିହାରରେ ମଦ ପ୍ରସ୍ତୁତି ଓ ବିକ୍ରି ଉପରେ କଟକଣା ଲଗାଯାଇଛି । ଅଧିକାଂଶ ଲୋକ ମଦ ବନ୍ଦ ସପକ୍ଷରେ ଅଛନ୍ତି । ଲୋକଙ୍କୁ ନିବେଦନ କରୁଛି ମଦ ନ ପିଅନ୍ତୁ ।’ ୨୦୧୬ ଏପ୍ରିଲ ୧ ତାରିଖରେ ବିହାରରେ ମଦ ବନ୍ଦ କରାଯାଇଥିଲା । ତେବେ ବିଭିନ୍ନ କାରଣରୁ ବିହାରରେ ମଦ ବନ୍ଦ ହୋଇ ପାରିନାହିଁ । ମଦ ବନ୍ଦ ପରେ ଅବୈଧ କାରବାର ବୃଦ୍ଧି ପାଇଛି ।

ଅନ୍ୟପଟେ ରାଜ୍ୟରେ ମଦ ବ୍ୟାନର ଫାଇଦା ଉଠାଉଛନ୍ତି ମାଫିଆ । କିଛି ଅଧିକାରୀଙ୍କୁ ଲାଞ୍ଚ ଦେଇ ବେଧଡ଼କ ମଦ ବିକ୍ରି କରୁଛନ୍ତି । ମଦ ପ୍ରସ୍ତୁତି ସହ ବିକ୍ରି, ପରିବହନ, ବିତରଣ, ଗଚ୍ଛିତ ରଖିବା, କିଣିବା ଉପରେ ପ୍ରତିବନ୍ଧକ ରହିଛି । ଆଇନ୍ ଉଲ୍ଲଂଘନ କଲେ ଅତି କମରେ ୫୦ ହଜାର ଟଙ୍କା ଜରିମାନା ଠାରୁ ନେଇ ୧୦ ବର୍ଷ ଯାଏଁ ଜେଲ ଦଣ୍ଡ ବ୍ୟବସ୍ଥା ରହିଛି । ତଥାପି ଅଟକିନି ବମଦ ମୃତ୍ୟୁ ବିଭୀଷିକା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ