Masthead

ରକ୍ତ ନେଲା ରକ୍ତର ଜୀବନ

ଜଳେଶ୍ୱର(ବଡ଼ ଖବର ବ୍ୟୁରୋ): ବାପାକୁ ହତ୍ୟା ଉଦ୍ୟମ କରିବା ବେଳେ ବାପାଙ୍କୁ ବଞ୍ଚେଇବାକୁ ଯାଇ ବଡ଼ ଭାଇକୁ ପିଟି ଗୁରୁତର କରିଦେଲା ସାନ ଭାଇ। ପରେ ଉଭୟ ବାପା ଓ ସାନ ଭାଇ ପିଟି ବଡ଼ ଭାଇକୁ ହତ୍ୟା କଲେ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ରାଇବଣିଆ ଥାନା ଅନ୍ତର୍ଗତ ରାଇବଣିଆ ଗ୍ରାମରେ । ଉଭୟ ସାନ ପୁଅ ଓ ବାପା ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିବା ନେଇ ସୂଚନା । ତିନି ବର୍ଷ ତଳେ ବଡ଼ ପୁଅ ଶୁଶାନ୍ତ ନିଶାସକ୍ତ ଅବସ୍ଥାରେ ନିଜ ମାଆ କୁ ପିଟି ହତ୍ୟା କରି ଫେରାର ରହିଥିଲା । ପୁଣି ଘରକୁ ଫେରି ବାପା ରଥ ମାରାଣ୍ଡିକୁ ହତ୍ୟା କରିବା ଧମକ ଦେବାରୁ ସାନ ଭାଇ ପ୍ରଶାନ୍ତ ମାଡ଼ ମାରି ଶୁଶାନ୍ତ କୁ ଲହୁ ଲୁହାଣ କରିଦେଇଥିଲା । ପରେ ଉଭୟ ବାପା ରଥ ମାରାଣ୍ଡି ଓ ସାନ ଭାଇ ପ୍ରଶାନ୍ତ , ଶୁଶାନ୍ତ ଙ୍କୁ ହତ୍ୟା କରିଥିଲେ । ଘଟଣା ରେ ରାଇବଣିଆ ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ କରିବା ପାଇଁ ପଠେଇ ଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ