Masthead

ଟିଏମସି କାର୍ଯ୍ୟାଳୟରେ ଫୁଟିଲା ବୋମା

କୋଲକାତା(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଟିଏମସି କାର୍ଯ୍ୟାଳୟରେ ଫୁଟିଲା ବୋମା । ଏହି ବୋମା ବିସ୍ଫୋରଣ ହେତୁ ତିନି ଜଣ ଆହତ ହୋଇଛନ୍ତି । କୋଟୁଲପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜୟପୁରର ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ଏହି ବିସ୍ଫୋରଣ ଘଟିଛି।

ଏଠାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମାର୍ଚ ୨୭ରେ ହେବାକୁ ଥିବା ବେବେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଏପ୍ରିଲ୍ ରେ ଅନୁଷ୍ଠିତ ହେବ। ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ ପାର୍ଟି କାର୍ଯ୍ୟାଳୟରେ ସ୍ୱଦେଶୀ ବୋମା ଜମା କରାଯାଇଥିଲା ତେଣୁ ଏହି ବିସ୍ଫୋରଣ ଘଟିନ୍ତି । ଜୟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ପ୍ରଥମ ପର୍ଯ୍ୟାୟରେ ଥିବା ୩୦ ଟି ଆସନ ଆଦିବାସୀ ପ୍ରାଧାନ୍ୟ ପୂର୍ଣ୍ଣୁଲିଆ, ବାଙ୍କୁରା, ଗୌରଗ୍ରାମ, ପୂର୍ବ ମେଦିନୀପୁର (ଭାଗ -୧) ଏବଂ ପୂର୍ବ ମେଦିନୀପୁର (ଭାଗ-୨)ରେ ହେବ । ଏହି କ୍ଷେତ୍ରଗୁଡିକ ଏକଦା ବାମପନ୍ଥୀ ଦଳର ପ୍ରଭାବରେ ଥିଲା । ଏହି ଆସନଗୁଡିକରେ ନିର୍ବାଚନ ପ୍ରଚାର ସମୟରେ, ଶାସକ ତୃଣମୂଳ କଂଗ୍ରେସର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହୋଇଥିବା ବିଜେପିର ବଡ ନେତାମାନେ ପୁରୂଲିଆ, ଗୌରଗ୍ରାମ ଏବଂ ବାଙ୍କୁରା ଜିଲ୍ଲାରେ ସମାବେଶକୁ ସମ୍ବୋଧିତ କରି ‘ସୋନାର ବଙ୍ଗଳା’ କରିବାକୁ ପ୍ରତିଶୃତି ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ