Masthead

କ୍ୟାମେରା ନଜରରେ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟିଂ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏଣିକି ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟିଂ ପ୍ରକ୍ରିୟା ହେବ କଡ଼ା କଡ଼ି । ଟେଷ୍ଟ ଦେବାକୁ ଯାଉଥିବା ଚାଳକ ଠକିବା ହେବ କଷ୍ଟକର । ଟେଷ୍ଟିଂରେ ଭାବ ପୀରତି ବି ରଖିପାରିବେ ନି ଅଫିସର । ସବୁ ଉପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ନଜର ରହିବ ।

ରାଜ୍ୟର ସମସ୍ତ ୩୮ଟି ଆରଟିତ୍ତ୍ୱଓ ଅଫିସରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଟେଷ୍ଟ ଦିଆଯାଇଥାଏ । ପ୍ରଥମେ ଲର୍ଣ୍ଣର ଓ ଏହାପରେ ଫାଇନାଲ ଲାଇସେନ୍ସ ପାଇଁ ଟେଷ୍ଟ ହୋଇଥାଏ । ଏସବୁ ଟେଷ୍ଟିଂ ବେଳେ ଅନେକ ସମୟରେ ପ୍ର୍ରିୟାପ୍ରିତୀ ତୋଷଣ କରାଯାଉଥିବା ଅଭିଯୋଗ ରହିଛି । କେତେକ ଫେଲ ବ୍ୟକ୍ତିଙ୍କୁ ପାସ କରି ଲାଇସେନ୍ସ ଦିଆଯାଉଛି ବୋଲି ଅଭିଯୋଗ ରହିଛି । କେବଳ ସେତିକି ନୁହେଁ, ଲାଇସେନ୍ସ ଟେଷ୍ଟିଂରେ ନିୟୋଜିତ କମ୍ପ୍ୟୁଟର ଆଧୂନିକ ନୁହେଁ ବୋଲି ମଧ୍ୟ ଅଭିଯୋଗ ଥିଲା ।

ଏସବୁକୁ ଦେଖି ରାଜ୍ୟ ସରକାର ଡ୍ରାଇଭିଂ ଟେଷ୍ଟିଂ ସେଣ୍ଟର ଗୁଡ଼ିକରେ ଅନେକ ପରିବର୍ତ୍ତନ କରିଥିବା ରାଜ୍ୟ ପରିବହନ କମିଶନର ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି । ସେ ଟୁଇଟ କରି ଦର୍ଶାଇଛନ୍ତି ଯେ, ଲର୍ଣ୍ଣର ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ଅଧିକ ସକ୍ରିୟ ଓ ସୁସଂଯୋଜିତ ହୋଇଛି । ଟେଷ୍ଟିଂ ପ୍ରକ୍ରିୟାକୁ ତନଖି କରିବା ପାଇଁ ଆଇପି ବେସ୍ଡ କ୍ୟାମେରା ସଂଯୋଗ କରାଯାଉଛି । ଏହାବ୍ୟତୀତ ଲୋକମାନେ ଟଚ୍ ସ୍କ୍ରିନ କମ୍ପ୍ୟୁଟର ଏବଂ ମୋକ ଟେଷ୍ଟ କିଓସ୍କ ବ୍ୟବସ୍ଥା ରହିଛି ।


ପ୍ରଥମେ ଏହି ବ୍ୟବସ୍ଥା କଟକ ଆରଟିଓ ଅଫିସରେ କରାଯିବ । ଟେଷ୍ଟିଂର ଭିଡିଓ ଚିତ୍ର ୱେବ(ପବ୍ଲିକ ଡୋମେନ)ରେ ରହିବ । ଯାହାର କିଛି ଅଭିଯୋଗ ରହିବ, ସେମାନେ ଦେଖିପାରିବେ । ଏହାଦ୍ୱାରା ଲାଇସେନ୍ସ ଟେଷ୍ଟିଂ ପ୍ରକ୍ରିୟା ଓ ପ୍ରଦାନରେ ସ୍ୱଚ୍ଛତା ରହିବ ବୋଲି ପଣ୍ଡା କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼