Masthead

ବ୍ରହ୍ମଗିରିରେ ବିଜେପିର ଶକ୍ତି ପ୍ରଦର୍ଶନ

ପୁରୀ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ବିଗୁଲ୍ ବାଜିବା ପରେ ମଇଦାନ୍ ପ୍ରସ୍ତୁତ ଆଉ ଯୋଦ୍ଧା ବି ତୟାର। ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳି ଅଧୀନରେ ଆସୁଥିବା ପୁରୀ ସଦର ବ୍ଲକର ୧୧ଟି ପଞ୍ଚାୟତରେ ବିଜେପିର ଶକ୍ତି ପ୍ରଦର୍ଶନ। ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟିକା ପ୍ରାର୍ଥୀ ଉପାସନା ମହାପାତ୍ର ଓ ପୁରୀ ବିଜେପି ସାଂସଦ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର ବିଶାଲ୍ ରାଲି କରି ଜନତାଙ୍କ ଆର୍ଶୀବାଦ ନେଇଥିଲେ। ରାଜ୍ୟ ରାଜନୀତିରେ ବ୍ରହ୍ମଗିରି ନିର୍ବାଚନମଣ୍ଡଳି ଏକ ଚର୍ଚ୍ଚିତ ନିର୍ବାଚନମଣ୍ଡଳି ହୋଇଥିବାରୁ ୨୦୧୯ରେ ବିଜେପି ବିଜୟ ମୁକୁଟ ପିନ୍ଧିଥିଲା। ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ସେଠାରୁ ନିର୍ବାଚିତ ପ୍ରତିନିଧି ହୋଇଥିବା ବେଳେ ଚଳିତ ନିର୍ବାଚନରେ ଉପାସନା ମହାପାତ୍ରଙ୍କ ଉପରେ ଦଳ ଭରସା କରିଛି।

ଆଜି ଏକ ଆର୍ଶୀବାଦ ଯାତ୍ରାରେ ଉପାସନା ଓ ସମ୍ବିତ ପାତ୍ର ସାମିଲ୍ ହୋଇ ଭୋଟ ଭିକ୍ଷା କରିଥିଲେ। ପ୍ରଥମ ନିର୍ବାଚନ ଲଢୁଥିବାରୁ ଜନତାଙ୍କ ଆର୍ଶୀବାଦ ଲୋଡିଛନ୍ତି ଉପାସନା। ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ ଓ ନରେନ୍ଦ୍ର ମୋଦିଙ୍କୁ ପୁର୍ନବାର ପ୍ରଧାନମନ୍ତ୍ରୀ ପଦବୀରେ ଅବସ୍ଥାପିତ କରାଯିବ ବୋଲି ଦୃଢୋକ୍ତିର ସହ ସମ୍ବିତ ପାତ୍ର କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ