Masthead

ପାଣି ନାହିଁ ତ ଭୋଟ ନାହିଁ

ନରସିଂହପୁର (ବଡ଼ ଖବର ବ୍ୟୁରୋ): ପାନୀୟ ଜଳ ପାଇଁ ପୋଖରୀ ସାହା ଭରସା । ପାଣି ଆଣିବାକୁ ଯାଉଛନ୍ତି ୪ କିମି । ନରସିଂହପୁର ବ୍ଲକ ଚମ୍ପେଶ୍ୱର ପଞ୍ଚାୟତ ଅଧିନସ୍ଥ ସୋଲବନ୍ଧ ଗ୍ରାମ କଥା କହିଲେ ନ ସରେ । ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ପାଣି ଟିକିଏ ପାଇଁ ଡହଳବିକଳ ହେବାକୁ ପଡୁଛି ସୋଲବନ୍ଧ ଗ୍ରାମବାସୀଙ୍କୁ । ପାନୀୟ ଜଳ ଓ ରାନ୍ଧିବା ବ୍ୟବାହର ନିମନ୍ତେ ପାଣି ଆଣିବାକୁ ଯାଉଛନ୍ତି ୪ କିମି ।

ପାଖରେ ନଳକୂପ ଥିଲେ ମଧ୍ୟ ତାହା ବ୍ୟବହାର ଉପଯୋଗୀ ନୁହେଁ ବୋଲି ସ୍ଥାନୀୟ ମହିଳା ମତବ୍ୟକ୍ତ କରିଛନ୍ତି । ନରସିଂହପୁର ଅଞ୍ଚଳ କିଡିନ ପ୍ରବଣ ହୋଇଥିବା ବେଳେ ନଳକୂପ ପାନୀୟ ଜଳ ବ୍ୟବହାର ଉପଯୋଗୀ ନୁହେଁ । ଏପଟେ ଦେଖିଲେ ଏତେ ଖରାରେ ଲୋକେ ପ୍ରତିଦିନ ୫ କିମି ଚାଲି ବିଲ ହୁଡା ଦେଇ ପାର ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ପାଣି ଆଣୁଛନ୍ତି ନିକଟସ୍ଥ ଚଷା ବାରବାଟି ଗ୍ରାମରେ ଥିବା ପୁଷ୍କରିଣୀରୁ ।

ଏପଟେ ଭୟଭୀତରେ ସୋଲବନ୍ଧ ଗ୍ରାମବାସୀ ଥିବାବେଳେ ପ୍ରଶାସନ ଏହାରି ଉପରେ ନଜର ନାହିଁ । ସତ କହିବାକୁ ଗଲେ ସରକାରଙ୍କ ମାଳ ମାଳ ଯୋଜନା କୁଆଡେ଼ ଗଲା ବୋଲି ସାଧାରଣରେ ଏବେ ଚର୍ଚ୍ଚା ଜୋର ଧରିଛି । ଯଦିଓ ଦେଖିବା ନରସିଂହପୁର ଅଞ୍ଚଳରେ ୨୦୧୪ ମସିହା କାର୍ଯ୍ୟ ଆରମ୍ଭ ହୋଇଥିବା ଏଲଏନଟି କମ୍ପାନୀ ଦ୍ଵାରା ଉଠା ଜଳ ସେଚନ କାର୍ଯ୍ୟକ୍ରମ ଯାହା ମାଧ୍ୟମରେ ଘରେ ଘରେ ପହଞ୍ଚିବା କଥା ଓ ବସୁଧା ଯୋଜନା ମଧ୍ୟ କୁଆଡେ ଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମହିଳା ମାନେ ଭୋଟ ବର୍ଜନ ଲାଗି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ