Masthead

କୋଭିଡ ସଂକ୍ରମଣରେ ଯୁକ୍ତରାଷ୍ଟ୍ର ଆମେରିକା ପଛକୁ ରହିଛି ବ୍ରାଜିଲ

ନୂଆଦିଲ୍ଲୀ( ବଡ଼ ଖବର ବ୍ୟୁରୋ): ଭାରତକୁ ଟପିଲା ବ୍ରାଜିଲ୍‌ । ବିଶ୍ୱର ଦ୍ୱିତୀୟ ବହୁଳ କୋଭିଡ୍-୧୯ ସଂକ୍ରମିତ ଦେଶ ଭାବେ ପରିଗଣିତ ହେଲା ବ୍ରାଜିଲ୍‌ । ରବିବାର ଦିନ ଲାଟିନ ଆମେରିକୀୟ ଦେଶ ବ୍ରାଜିଲ୍‌ କରୋନାଭାଇରସ ଜନିତ ୪୩,୮୧୨ ନୂତନ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ମୃତ୍ୟୁ ସଂଖ୍ୟା ୧,୧୨୭ରେ ପହଞ୍ଚିଛି । ଗତବର୍ଷ ବ୍ରାଜିଲରେ ଏତେ ସଂଖ୍ୟକ ମୃତ୍ୟୁ ଘଟି ନ ଥିଲା।ସାରା ଦେଶରେ କରୋନାଭାଇରସ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଉଛି । ବ୍ରାଜିଲ୍‌ରେ ରବିବାର ସୁଦ୍ଧା ସମୁଦାୟ ୨,୭୮,୨୨୯ ଜଣଙ୍କର ମୃତ୍ୟୁ ଘଟିଛି।

ସେ ଦେଶରେ ସମୁଦାୟ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧,୧୪,୮୩,୩୭୦ରେ ପହଞ୍ଚିଛି। ରବିବାର ଭାରତରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ଥିଲା ୧,୧୩,୫୯,୦୪୮। ‌ ହଠାତ୍‌ ମହାମାରୀ ସଂକ୍ରମଣ ହାର ହ୍ରାସ ପାଉଥିବା ଯୁକ୍ତରାଷ୍ଟ୍ର ଆମେରିକା ପଛକୁ ରହିଛି ବ୍ରାଜିଲ । ‘ଓ୍ଵାର୍ଲଡୋମିଟର୍‌’ ରେକର୍ଡ ଅନୁସାରେ ଏବେ ଯୁକ୍ତରାଷ୍ଟ୍ର ଆମେରିକାରେ ସମୁଦାୟ ସଂକ୍ରମଣ ସଂଖ୍ୟା ୩୦,୦୮୧,୬୫୭।ପ୍ରାୟ ୨୧୨ ନିୟୁତ ଜନସଂଖ୍ୟା ବିଶିଷ୍ଟ ବ୍ରାଜିଲ୍‌ରେ ବର୍ଷେ ହେବ କୋଭିଡ୍‌ ସଂକ୍ରମଣ ଅତି ଉତ୍କଟ ସ୍ତରରେ ରହିଛି। ଏବେ ବ୍ରାଜିଲ୍‌ରେ ପୂର୍ବଅପେକ୍ଷା ଅଧିକ କୋଭିଡ୍‌-୧୯ଜନିତ ମୃତ୍ୟୁ ଘଟୁଛି।

ନୂଆ ତଥା ସକ୍ରିୟ ଆକ୍ରାନ୍ତମାନେ ଭର୍ତ୍ତି ହେଉଥିବାରୁ ଡାକ୍ତରଖାନାରେ ସ୍ଥାନାଭାବ ଦେଖା ଦେଇଛି।ବ୍ରାଜିଲ୍‌ରେ କୋଭିଡ୍‌-୧୯ ମହାମାରୀ ଚିନ୍ତାର କାରଣ। ଏଥିପାଇଁ କଠୋର ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ କହିଛି। ବ୍ରାଜିଲ୍‌ରେ କୋଭିଡ୍‌-୧୯ ନିରୋଧୀ ଟିକାକରଣ ଚାଲିଥିଲେ ମଧ୍ୟ ତାହାର ଫଳପ୍ରଦତା ଉପରେ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋ ସନ୍ଦେହ ପ୍ରକଟ କରିଛନ୍ତି।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା